କ୍ରୁଜ୍‌ ଜାହାଜରେ ରେଭ୍‌ ପାର୍ଟି ମାମଲା: ମୁନ୍‌ମୁନ୍‌ ଧମେଚା କିଏ?

ମୁମ୍ବାଇ: ଗତ ଶନିବାର ନାରକୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ଏକ ହାଇ ପ୍ରୋଫାଇଲ ରେଭ୍‌ ପାର୍ଟି ଉପରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଏବଂ ତାଙ୍କ ସାଙ୍ଗମାନେ ସାମିଲ ଅଛନ୍ତି । ଆରୟନଙ୍କ ସହ ଗିରଫ ଜଣେ ଯୁବତୀଙ୍କ ନାମ ଚର୍ଚ୍ଚାକୁ ଆସିଛି, ସେ ହେଉଛନ୍ତି ମୁନ୍‌ମୁନ୍‌ ଧମେଚା । ୩୯ ବର୍ଷୀୟା ମୁନମୁନ ଜଣେ ମଡେଲ । ଅଧିକ ପଚରାଉଚରା ପାଇଁ ଏନ୍‌ସିବି ତାଙ୍କୁ ଅକେଫାବର ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ।

କ୍ରୁଜ୍‌ ଜାହାଜରେ ରେଭ୍‌ ପାର୍ଟି ମାମଲା: ମୁନ୍‌ମୁନ୍‌ ଧମେଚା କିଏ?

ମୁନ୍‌ମୁନ୍‌ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ବାସିନ୍ଦା । ହେଲେ ସେ ଏବେ ଦିଲ୍ଲୀରେ ରହୁଛନ୍ତି । ସେ ବ୍ୟବସାୟୀ ପରିବାରର । ଗତବର୍ଷ ମୁନମୁନ ଧାମେଚାଙ୍କ ମାଙ୍କ ଦେହାନ୍ତ ହୋଇଛି । ପରିବାରରେ ତାଙ୍କର କେବଳ ଭାଇ ପ୍ରିନ୍ସ ଧାମେଚା ଅଛନ୍ତି, ଯିଏ ଦିଲ୍ଲୀରେ କାମ କରୁଛନ୍ତି ।

କ୍ରୁଜ୍‌ ଜାହାଜରେ ରେଭ୍‌ ପାର୍ଟି ମାମଲା: ମୁନ୍‌ମୁନ୍‌ ଧମେଚା କିଏ?

ବହୁବର୍ଷ ପୂର୍ବେ ମୁନ୍‌ମୁନ୍‌ଙ୍କ ବାପା ଅମିତ କୁମାର ଧାମେଚାଙ୍କ ପରଲୋକ ଘଟିଛି । ମଧ୍ୟପ୍ରଦେଶର ସାଗରରେ ହିଁ ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଭୋପାଳରେ ଆସି ରହିଥିଲେ ଏବଂ ୬ ବର୍ଷ ପୂର୍ବେ ସେ ତାଙ୍କ ଭାଇ ପ୍ରିନ୍ସଙ୍କ ସହ ଦିଲ୍ଲୀ ଚାଲିଆସିଥିଲେ । ପେଶାରେ ମୁନ୍‌ମୁନ୍‌ ଜଣେ ଫ୍ୟାଶନ ମଡେଲ ହୋଇଥିବା ବେଳେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବହୁତ ଆକଫିଭ୍‌ ଏବଂ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ ।

କ୍ରୁଜ୍‌ ଜାହାଜରେ ରେଭ୍‌ ପାର୍ଟି ମାମଲା: ମୁନ୍‌ମୁନ୍‌ ଧମେଚା କିଏ?

ମୁନମୁନଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ନଜର ପକାଇଲେ ଜଣାପଡ଼େ ଯେ ସେ ଜଣେ ମଡେଲ । ସେ ର୍ୟାମ୍ପ ୱାକ୍‌ କରୁଥିବା ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ବ୍ୟତୀତ ପାର୍ଟିରେ ଯୋଗଦେବା ତାଙ୍କର ସଉକ । ଇନଷ୍ଟାଗ୍ରାମରେ ପୋଷ୍ଟ ଫଟୋରେ ମୁନ୍‌ମୁନ୍‌ଙ୍କ ସହ ବଲିଉଡ୍‌ର ଅନେକ ଷ୍ଟାର୍‌ ନଜର ଆସୁଛନ୍ତି ।

କ୍ରୁଜ୍‌ ଜାହାଜରେ ରେଭ୍‌ ପାର୍ଟି ମାମଲା: ମୁନ୍‌ମୁନ୍‌ ଧମେଚା କିଏ?

ବରୁଣ ଧୱନ, ଅର୍ଜୁନ ରାମପାଲ୍‌, ବିଜେ ନିଖିଲ, ଗୁରୁ ରନ୍ଧୱାଙ୍କ ପରି ଅନେକ ସେଲିବ୍ରେଟିଙ୍କ ସହ ତାଙ୍କର ଫଟୋ ରହିଛି । କେବଳ ସେତିକି ନୁହେଁ ସେ ବିଜ୍ଞାପନ ପାଇଁ ମଧ୍ୟ କାମ କରିଛନ୍ତି ଏବଂ ସବୁବେଳେ ବଲିଉଡ୍‌ର ବିଭିନ୍ନ ପାର୍ଟିରେ ସାମିଲ ହୋଇଥାନ୍ତି ବୋଲି ତାଙ୍କ ପ୍ରୋଫାଇଲରୁ ଜଣାପଡେ ।

Launching Ceremony of “AYUSHMAN BHARAT

Comments are closed.