ଘରେ ଲଗାନ୍ତୁ ନାହିଁ ଏହି ଗଛ

ପବିତ୍ର ତୁଳସୀ, ଦୁଲ୍‌ହବା, କମଳ, ଅର୍କିଡ୍‌ , ମନି ପ୍ଲାଣ୍ଟ ଭଳି ଗଛକୁ ଘରେ କିମ୍ବା ଘର ଆଖପାଖରେ ଲଗାଇଲେ, ଶୁଭ ହୋଇଥାଏ । ଏହିପରିକି ପ୍ରକୃତିକୁ ହିନ୍ଦୁ ଶାସ୍ତ୍ରରେ ମାତା ବୋଲି ବିବେଚିତ କରାଯାଇଥାଏ । ହେଲେ ସେହି ପ୍ରକୃତିରେ ଏମିତି କିଛି ବିଶେଷ ଗଛ ରହିଛି, ଯାହାକୁ ଘରେ କିମ୍ବା ବାଡ଼ିରେ ଲଗାଇଲେ ଅଶୁଭ ଫଳ ପ୍ରଦାନ କରେ ।
କପାସ ଗଛ-
ଘରେ ଲଗାନ୍ତୁ ନାହିଁ ଏହି ଗଛ

ହିନ୍ଦୁ ଶାସ୍ତ୍ରାନୁଯାୟୀ କପାସ ଗଛକୁ ଘର ପାଖରେ ଲଗାଇବା ଅନୁଚିତ୍‌ । ଏହି ଗଛ ପରିବାର ଲୋକଙ୍କ ଭାଗ୍ୟରେ ଦୁର୍ଭାଗ୍ୟ ଆଣେ । ଏହାସହିତ ଘରେ ଅଭାବ ସମସ୍ୟା ବୃଦ୍ଧି କରେ । ଧନ କ୍ଷଣିକ ମାତ୍ରେ ଖର୍ଚ୍ଚ ହୋଇଯାଏ ।

ବବୁଲ ଗଛ-

ଘରେ ଲଗାନ୍ତୁ ନାହିଁ ଏହି ଗଛ

ଚିକିତ୍ସା କ୍ଷେତ୍ରରେ ଏହି ବବୁଲ ଗଛର ମହତ୍ୱ ଅଧିକ । ଏଥିରେ ବହୁ ରୋଗର ନିବାରଣ ରହିଥାଏ । କିନ୍ତୁ ବାସ୍ତୁହିସାବରେ ଏହା ଘରେ କିମ୍ବା ଘରର ଆଖପାଖରେ ରହିଲେ, ପରିବାର ଲୋକଙ୍କ ମଧ୍ୟରେ ଏବଂ ବନ୍ଧୁଙ୍କ ସହିତ ବିବାଦ ଲାଗେ । ଏହିପରିକି ମାନସିକ ସମସ୍ୟା ମଧ୍ୟ ବୃଦ୍ଧି ପାଏ ।

ମେହେନ୍ଦି ଗଛ-
ଘରେ ଲଗାନ୍ତୁ ନାହିଁ ଏହି ଗଛ

ଘର ପାଖରେ ମେହେନ୍ଦି ଗଛ ରହିବାକୁ ଶାସ୍ତ୍ର ଅଶୁଭ ଦର୍ଶାଇଛି । ଏହି ଗଛରେ ନକରାତ୍ମକ ଶକ୍ତି ବାସ କରିଥାନ୍ତି । ଏଣୁ ଏହି ଗଛ ଘର ପାଖରେ ରହିଲେ , ନକରାତ୍ମକ ଶକ୍ତି ଘର ପାଖରେ ସଞ୍ଚାର ହୁଏ । ଫଳରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ, ମାନସିକ ସମମ୍ୟା ଲାଗି ରୁହେ । ଧନ ମଧ୍ୟ ହାନି ହୁଏ । ଗୁଣି ଗାରେଡ଼ିରେ ଏହି ଗଛକୁ ବ୍ୟବହାର କରାଯାଏ ।

ତେନ୍ତୁଳି ଗଛ-
ଘରେ ଲଗାନ୍ତୁ ନାହିଁ ଏହି ଗଛ

ମେହେନ୍ଦି ଗଛ ଭଳି ତେନ୍ତୁଳି ଗଛରେ ନକରାତ୍ମକ ଶକ୍ତି ବାସ କରେ । ଶାସ୍ତ୍ରରେ ଏହି ଗଛକୁ ଘାତକ ବୋଲି ଦର୍ଶାଯାଇଛି । କୌଣସି ଜମି ବା କ୍ଷେତରେ ଏଗଛକୁ କାଟି ଦେଲା ପରେ ମଧ୍ୟ ସେହି ସ୍ଥାନକୁ ନକରାତ୍ମକ ଶକ୍ତି ଛାଡ଼ି ଯାଇନଥାଏ । ସେହିପରି ଜମିରେ ଘର ତିଆରି ନକରିବାକୁ ହିନ୍ଦୁ ଶାସ୍ତ୍ର ବାରଣ କରିଛି । ଏହାଛଡ଼ା ଏହି ଗଛ କାହାକୁ ଉପହାରରେ ଦେଲେ, ଉପକାର ଗ୍ରହଣକାରୀଙ୍କ ସର୍ବସ୍ୱହାନି ହୋଇଥାଏ । ଏଣୁ ଉପହାରରେ ଏହି ଗଛ ଦେବାକୁ ମନା କରାଯାଇଛି ।

ଶୁଖିଲା ଗଛ-
ଘରେ ଲଗାନ୍ତୁ ନାହିଁ ଏହି ଗଛ

ଶୁଖିଲା ଗଛ ବା ଶୁଖି ଆସୁଥିବା ଗଛକୁ ଘର ନିକଟରେ ରଖନ୍ତୁ ନାହିଁ । ଶୁଖିଲା ଗଛ ପାଖରେ ରହିଲେ, ମନରେ ସବୁବେଳେ ନକରାତ୍ମକ ଭାବ ଜାଗ୍ରତ ହୋଇଥାଏ । କୌଣସି କାରଣ ନଥାଇ ମନରେ ଦୁଃଖ ଜନ୍ମ ନିଏ । ମନୁଷ୍ୟ ଧିରେ ଧିରେ ଅବସାଦ ଆଡ଼କୁ ଗ୍ରସ୍ତ କରେ ।

Comments are closed.