କେବେ ହେବ ଶାବର ଶ୍ରୀକ୍ଷେତ୍ରର ବିକାଶ

କୋରାପୁଟ : ପ୍ରକୃତି କୋଳରେ ହସୁଥିବା ସହରଟିଏ ହେଉଛି କୋରାପୁଟ । ଆଉ ସହର ଛାତି ଉପରେ ଠିଆ ହୋଇଛି ଜଗନ୍ନାଥ ମନ୍ଦିର । ଶାବର ଶ୍ରୀକ୍ଷେତ୍ର ଭାବେ ପରିଚିତ ଏହି ଜଗନ୍ନାଥ ମନ୍ଦିର ଅନ୍ୟ ମନ୍ଦିରଗୁଡିକଠାରୁ ଅନେକ ଭିନ୍ନ । ଏହି ମନ୍ଦିରର ସିଂହଦ୍ୱାର ସମସ୍ତଙ୍କ ପାଇଁ ଖୋଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମଣିଷ ମନ୍ଦିର ଭିତରକୁ ଯାଇପାରିବେ । କାଳିଆକୁ ମନ ଭରି ଦେଖିପାରିବେ ଆଉ ଜଗନ୍ନାଥଙ୍କ ସାନ୍ନିଧ୍ୟ ଲାଭ କରିପାରିବେ । ହେଲେ ଗୋଷ୍ଠୀ ବିବାଦ ଓ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱବାଧାନ ରହୁ ନଥିବାରୁ ଦିନକୁ ଦିନ ଶ୍ରୀହୀନ ହେବାକୁ ବସିଲାଣି । ୫-ଟି ଉପକ୍ରମରେ ‘ସମନ୍ୱିତ ଐତିହ୍ୟ ଓ କୀର୍ତ୍ତୀରାଜି ଏବଂ ପର୍ଯ୍ୟଟନସ୍ଥଳୀର ସମନ୍ୱିତ ବିକାଶ’ କରିବାକୁ ଦାବି ହୋଇଛି । ରାଜ୍ୟର ପୁରୁଣା ମନ୍ଦିର ଓ ପର୍ଯ୍ୟଟନସ୍ଥଳୀକୁ ଏହି କାର୍ଯ୍ୟକ୍ରମ ଅଧୀନରେ ବିକଶିତ ଓ ନୂଆ ରୂପ ଦିଆଯାଉଥିବାବେଳେ କୋରାପୁଟର ଏହି ଶାବର ଶ୍ରୀକ୍ଷେତ୍ରକୁ କେବେ ଦୃଷ୍ଟିପଡିବ ତାହାକୁ ନେଇ ସହରବାସୀ ଦାବି କରିଛନ୍ତି ।

କେବେ ହେବ ଶାବର ଶ୍ରୀକ୍ଷେତ୍ରର ବିକାଶ

କୋରାପୁଟ ସହରରେ ଜଗନ୍ନାଥ ମନ୍ଦିର ନିର୍ମାଣର ଭିତ୍ତି ପଡିଥିଲା ୧୯୬୯ମସିହାରେ । ସହରର କିଛି ବୁଦ୍ଧିଜୀବୀ ଏଠାରେ ଜଗନ୍ନାଥ ମନ୍ଦିର କରିବା ପାଇଁ ଚିନ୍ତା କରିଥିଲେ । ପରେ ମନ୍ଦିର ର୍ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେହିବର୍ଷ ପୁରୀରେ ଶ୍ରୀଜିଉଙ୍କ ନବକଳେବର ହୋଇଥିଲା । ଏହି ନବକଳେବର ପାଇଁ ସସ୍ତ୍ରଗ୍ରହ କରାଯାଇଥିବା ଦାରୁର ବଳକା ଅସ୍ତ୍ରଶରେ ଚତୁର୍ଦ୍ଧାମୂର୍ତ୍ତି ର୍ନିମାଣ କରାଗଲା । ସହର ମଝି ଭାଗରେ ଥିବା ପାହାଡ ଉପରେ ଟିଣ ଛପର ଘରେ ଠାକୁରଙ୍କୁ ରଖି ପୁଜାର୍ଚ୍ଚନା କରାଗଲା । ପରେ ମୁଖ୍ୟ ମନ୍ଦିର ନିର୍ମାଣ ପାଇଁ ଯୋଜନା କରାଗଲା । ତତ୍କାଳୀନ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ପଟ୍ଟନାୟକ ୧୯୭୩ମସିହା ଜୁଲାଇ ୧୧ତାରିଖରେ ଏଥିପାଇଁ ଭୂମିପୂଜା କଲେ । ସେହିବର୍ଷ ହିଁ ମନ୍ଦିରର ନିର୍ମାଣ କାମ ଆରମ୍ଭ ହେଲା । ସତ୍ୟବାଦୀ ମହାରଣାଙ୍କ ନେତୃିତ୍ୱରେ ମନ୍ଦିର ନିର୍ମାଣ ଚାଲିଲା । ୧୯୭୮ମସିହା ଜୁନ୍‌ ମାସରେ ମନ୍ଦିର ନିର୍ମାଣ ଶେଷ ହେଲା । ସେହିବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମୁଖ୍ୟ ମନ୍ଦିରକୁ ସ୍ଥାନାନ୍ତର କରାଗଲା । ଏଥିପାଇଁ ୩ ଦିନିଆ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂ ଦେବଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ଆଦିବାସୀଙ୍କ ସମେତ ଦେଶ ବିଦେଶର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ୧୯୮୨ମସିହାରେ ଏହି ଜଗନ୍ନାଥ ମନ୍ଦିର ପରିସରରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରା ଯାଇଥିଲା । ଏହା ପରେ ପରେ ହନୁମାନ, ଗଣେଶ, ସୂର୍ଯ୍ୟ, ଲକ୍ଷ୍ମୀ ନୃସିସ୍ତ୍ରହ, ବିମଳା, ସରସ୍ୱତୀ, ଲଳିତା ଅମ୍ବିକା, ପର୍ଣ୍ଣ ଶବରୀ, ମହାଲକ୍ଷ୍ମୀ ଓ ନବଗ୍ରହଙ୍କ ମନ୍ଦିର ସ୍ଥାପନା କରାଯାଇଥିଲା ।

ପୁରୀ ଶ୍ରୀମନ୍ଦିର ପରି ଏଠାରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଉଛି । ଠାକୁରଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଦୋଳ ମଣ୍ଡପ, ସ୍ନାନ ମଣ୍ଡପ, ଗରୁଡ ସ୍ତମ୍ଭ, ଗୁଣ୍ଡିଚା ମନ୍ଦିର ଆଦି ନିର୍ମାଣ କରାଯାଇଛି । ଏଠାରେ ଥିବା ଆନନ୍ଦ ବଜାରରେ ଭକ୍ତଙ୍କ ଖାଇବା ପିଇବା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି । ଯେତେବେଳେ ବି ଯେତେ ସଂଖ୍ୟକ ଭକ୍ତ ଆସିବେ ଏଠାରେ ଆନନ୍ଦରେ ଖାଇପାରିବେ । କି;ୁ ପରିଚାଳନା କମିଟିରେ ଫାଟ ଓ ଗୋଷ୍ଠୀ ବିବାଦ ଯୋଗୁଁ ପୂର୍ବବତ ଆଉ ପ୍ରସାଦ ମିଳୁନାହିଁ । ମନ୍ଦିର ଆୟବ୍ୟୟର ମଧ୍ୟ ହିସାବ ରହୁ ନ ଥିବାବେଳେ ଏହିଠାରେ ରହିଥିବା ଏକାଧିକ ଅତିଥି ଭବନରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି । ଏହିଠାରେ ରହିଥିବା ଏକାଧିକ ଅତିଥି ଭବନ କ୍ଷତିରେ ଚାଲୁଥିବାବେଳେ ଆଉ ଏକ ଭବନ ତିଆରି ହୋଇଛି ।

କେବେ ହେବ ଶାବର ଶ୍ରୀକ୍ଷେତ୍ରର ବିକାଶ

ପୁରୁଣା ଅତିଥି ଭବନକୁ କିପରି ଭଲ ଚାଲିବ ସେନେଇ ପଦକ୍ଷେପ ନିଆଯାଉ ନ ଥିବାବେଳେ ପ୍ରଶାସନିକ ଉଦାସିନତା ଦାଣ୍ଡରେ ପଡି ହାଟରେ ଗଡୁଛି । ଏଠାକାର ଜଗନ୍ନାଥ ମନ୍ଦିରର ଏକ ପ୍ରମୁଖ ବିଶେଷତ୍ୱ ହେଲା ମନ୍ଦିର ବେଢାରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଉଛି । ଗୋଟିଏ ବେଢାରେ ଦେଶର ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜା କରାଯାଉଛି । ଅମରନାଥ, କେଦାରନାଥ, ବଦ୍ରିନାଥ, ଦ୍ୱାରିକାନାଥ, ରାମେଶ୍ୱର, କାମାକ୍ଷୀ, ହରିଦ୍ୱାର, ବାଲାଜୀ, ଭୁତନାଥ, ବେଷ୍ଣଦେବୀ ଆଦି ଦେବାଦେବୀଙ୍କୁ ଏଠାରେ ଦର୍ଶନ କରିହେବ । ସେହିପରି ଅନ୍ୟ ଏକ ବେଢାରେ ରାଜ୍ୟର ବିଭିନ୍ନ ପ୍ରମୁଖ ପୀଠର ଦେବାଦେବୀଙ୍କୁ ଏଠାରେ ପୂଜା କରାଯାଉଛି । ଲିଙ୍ଗରାଜ, ହିଙ୍ଗୁଳା, ବିରଜା, ଶାରଳା, ତାରାତାତରିଣୀ, ନାରୟଣୀ, ସମଲାଇ, ଆଖଣ୍ଡଳମଣି, କଟକଚଣ୍ଡି, ତାରିଣୀ, ସିଦ୍ଧ ମହାବୀର, ଗୁପ୍ତେଶ୍ୱର ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ଅବିକଳ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ ପାଇଛନ୍ତି ।

ଏହି ଜଗନ୍ନାଥ ମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା । ଅନ୍ୟ ହିନ୍ଦୁ ମନ୍ଦିର ପରି ଏଠାରେ କିଛି ବାଛ ବିଚାର ନାହିଁ । ମନ୍ଦିରକୁ ଯିବା ପାଇଁ କାହାକୁ ବାରଣ ମଧ ନାହିଁ । ଏପରିକି ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଛେରା ପହଁରା କରିଥାନ୍ତି ଜଣେ ଶବର । ପୁରୀରେ ଗଜପତି ମହାରାଜା କରୁଥିବା ଏହି ଛେରା ପହଁରାକୁ ଏଠାରେ ଗାଁ ମୁଖିଆ ଥିବା ଏହି ଶବର କରନ୍ତି । ଏହି ଘଟଣାରୁ ହିଁ ଏଠାରେ ଆଦିବାସୀଙ୍କ ପାଇଁ ଥିବା ଗୁରୁିତ୍ୱକୁ ଉପଲବ୍ଧି କରିହୁଏ । ସେହିପରି ଭକ୍ତମାନଙ୍କ ପାଇଁ ଏଠାରେ ରହିବାକୁ ଅନେକ ବ୍ୟବସ୍ଥା କରାଯାଇଛି ।

Govt

Comments are closed.