ଏମିତି ବି ମୃତ୍ୟୁ ଆସେ ! ସମ୍ପର୍କୀୟଙ୍କ ଶବ ସତ୍କାର ସାରି ଫେରୁଥିବା ବେଳେ ନିଜେ ପାଲଟିଯାଇଛନ୍ତି ଶବ I ଏହା ଶୁଣିବାକୁ ଯେତିକି ଦୁଃଖଦାୟକ,ଘଟଣା ସେତିକି ହୃଦୟ ବିଦାରକ I ଘଟଣIନୁସାରେ ପୁରୀ ସ୍ୱର୍ଗ ଦ୍ୱାରରେ ନିଜ ସମ୍ପର୍କୀୟ ଙ୍କ ଶବ ସଂସ୍କାର ସାରି ଗୋଟିଏ ବାଇକ ରେ ଫେରୁଥିଲେ ୩ ଜଣ I ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା। ଟ୍ରକ୍ ପଛରେ ବାଇକ ଧକ୍କା ହେବା ଫଳରେ ୨ ଜଣଙ୍କ ର ଘଟଣାସ୍ଥଳ ରେ ମୃତ୍ୟୁ ହେବା ସହିତ, ଅନ୍ୟଜଣେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ମୃତକ ମାନଙ୍କ ମଧ୍ୟରେ ଥିଲେ ସାକ୍ଷୀଗୋପାଳ ହୋତା ସାହିର ସୂର୍ଯ୍ୟକାନ୍ତ ସାହୁ ଓ ପୁରୀରେ କାର୍ଯ୍ୟରତ ମହିଳା କନେଷ୍ଟବଲ ସୁଷମା ମିଶ୍ର। ଅନ୍ୟ ଜଣେ ଗୁରୁତରଙ୍କୁ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି I

Comments are closed.