ଜାନୁଆରୀରେ ମିଳିବ ଗହମ

ଭୁବନେଶ୍ବର : ଜାନୁଆରୀ ପ୍ରଥମ ସପ୍ତାହରେ ରାସନ ହିତାଧିକାରୀଙ୍କୁ ମିଳିବ ଗହମ । ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । କେଉଁ ଜିଲ୍ଲାରୁ କେତେ ହିତାଧିକାରୀଙ୍କ ପାଇଁ କେତେ ଗହମର ଆବଶ୍ୟକତା ରହିଛି ତାର ଡାଟା ମଗାଯାଇଛି । କିଛି ହିତାଧିକାରୀ ଗହମ ଚାହୁଁଥିବାବେଳେ ଆଉ କିଛି ଗହମ ଚାହୁଁ ନାହାନ୍ତି । ଏଣୁ ଏ କାମ ସରିବା ପରେ ଲୋକଙ୍କୁ ଗହମ ମିଳିବ । ଲୋକଙ୍କ ଚାହିଦା ଅନୁସାରେ ଗହମ ଦିଆଯିବ । ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ ଆହୁରି କହିଛନ୍ତି, EKYC ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପାଖାପାଖି ୮୫% ଲୋକଙ୍କର EKYC ସରିଲାଣି । ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ହେଲାଣି । ଆଉ ୧୫ଦିନ ଭିତରେ EKYC ପ୍ରକ୍ରିୟା ସରିବ ବୋଲି ମନ୍ତ୍ରୀ କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.