ଲକ୍ଷ୍ନୌ : ବିଦେଶରେ କୋଟି କୋଟି ଟଙ୍କାରେ ବିକ୍ରି ହେଉଥିବା ଅମ୍ବର ବା ତିମି ବାନ୍ତି ଚୋରା ଚାଲଣର ଏକ ବଡ଼ ଗ୍ୟାଙ୍ଗ୍ ଧରାପଡ଼ିଛି । ଏନେଇ ଉତ୍ତର ପ୍ରଦେଶ ପୋଲିସ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି । ଗ୍ୟାଙ୍ଗ୍ର ୪ ଜଣ ସଦସ୍ୟକୁ ସ୍ପେସାଲ୍ ଟାସ୍କ୍ ଫୋର୍ସଦ (ୟୁପିଏସଟିଏସଫ୍) ଗିରଫ କରିବା ସହିତ ସେମାନଙ୍କଠାରୁ ବହୁ ମୂଲ୍ୟର ୪.୧୨ କିଲୋଗ୍ରାମ ଓଜନର ଅମ୍ବରକୁ ଜବତ କରିଛି । ଯାହାର ମୂଲ୍ୟ ୧୦ କୋଟି ଟଙ୍କା ହେବ ।

ୟୁପି ପୋଲିସଙ୍କ ସୂଚନା ଅନୁସାରେ, ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଅନୁସାରେ ନିଷିଦ୍ଧ ଘୋଷିତ ଅମ୍ବର ଚୋରଚାଲାଣରେ ସମ୍ପୃକ୍ତ ଥିବା ଗୋଟାଏ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ସେପେଫମ୍ବର ୫ ତାରିଖରେ ଲକ୍ଷ୍ନୌଠାରେ ଗୋମତୀନଗର ଏକ୍ଷ୍ଟେସନ୍ ଏରିଆ ଥାନା ଅଞ୍ଚଳରୁ ୧୦ କୋଟି ଟଙ୍କା ମୂଲ୍ୟର ୪.୧୨୦ କିଲୋ ଅମ୍ବର ସହିତ ଗିରଫ କରାଯାଇଛି ।
#UPSTF
के द्वारा दिनांक 05.09.2022 को अंतरराष्ट्रीय स्तर पर वन्य जीव संरक्षण अधिनियम के अंतर्गत प्रतिबंधित अमबरगेरिस की तस्करी करने वाले गिरोह के 4 सदस्यो को रू0 10 करोड़ की 4.120 कि0ग्रा0 अमबरगेरिस सहित थाना गोमतीनगर विस्तार क्षेत्र, लखनऊ से गिरफ्तार किया गया।@uppolice pic.twitter.com/tarKLQDpBd— UPSTF (@uppstf) September 6, 2022

ଭାରତରେ ଅମ୍ବର ମିଳିବା ନୂଆ ଘଟଣା ନୁହେଁ । ଭାରତ ସମୁଦ୍ରରୁ ଅମ୍ବର ମିଳିଆସୁଛି । ଚଳିତ ବର୍ଷ ଜୁଲାଇ ମାସରେ କେରଳର ଦଳେ ମତ୍ସ୍ୟଜୀବୀ ୨୮ କୋଟି ଟଙ୍କା ମୂଲ୍ୟର ଅମ୍ବର ଠାବ କରିଥିଲେ । କି;ୁ, ସେମାନେ ତାହାକୁ ସରକାରୀ କର୍ତ୍ତୃପକ୍ଷଙ୍କୁ ଦେଇ ଦେଇଥିଲେ ।

ସୂଚନା ଥାଉଯେ, ସ୍ପର୍ମ ହେ୍ୱଲ୍ ଜାତିର ଏକ ତିମି ମାଛର ବାନ୍ତିକୁ ଅମ୍ବର କୁହାଯାଏ । ଏହା ଦେଖିବାକୁ ହଳଦିଆ, ଧୂସର ଓ କଳା ରଙ୍ଗ ମିଶା ହୋଇଥାଏ । ତିମି ମାଛର ଏହା ଅନ୍ତନଳୀରୁ ସୃଷ୍ଟି ହୋଇଥାଏ । ସମୁଦ୍ରରେ ଏହା ଭାସମାନ ଅବସ୍ଥାରେ ମିଳେ । ଦାମୀ ଅତର ତିଆରିରେ ଏହାକୁ ବ୍ୟବହାର କରାଯାଏ । ଯାହାର ମୂଲ୍ୟ ସୁନାଠୁ ଅଧିକ । ଏଣୁ ଅମ୍ବରକୁ ଭାସମାନ ସ୍ୱର୍ଣ୍ଣ କୁହାଯାଏ । ‘ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨’ରେ ଅତର ତିଆରି ପାଇଁ ଖୁବ୍ ଚାହିଦା ଥିବା ତିମି ବାନ୍ତି ବା ଅମ୍ବର ବିକ୍ରୟ ନିଷେଧ କରାଯାଇଛି ।

Comments are closed.