ଫୁଲବାଣୀ : ଖବର ସଂଗ୍ରହ କରି ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଆଖି ବୁଜିଲେ ୱେବ ସାମ୍ବାଦିକଙ୍କ । ଅନ୍ୟଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି I ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଗ୍ରାମରେ ।
ସୂଚନାନୁସାରେ ଗୋଟିଏ ବାଇକରେ ୱେବ ସାମ୍ବାଦିକ ବିକାଶ ଦିଗଲ ଓ ତାଙ୍କର ବନ୍ଧୁ ବିକାଶ ମିଶ୍ର ଖବର ସଂଗ୍ରହ ପାଇଁ ଫୁଲବାଣୀର ଖଜୁରୀପଡା ଅଂଚଳକୁ ଯାଇ ଫେରୁଥିଲେ I ସମ୍ବେପଦର ଗ୍ରାମ ନିକଟ ରାସ୍ତାରେ ସେମାନଙ୍କ ବାଇକକୁ ଦୃତ ଗତିରେ ଯାଉଥିବା ଏକ ବୋଲେରୋ ଧକ୍କା ଦେଇଥିଲା । ଫଳରେ ସେମାନେ ବାଇକ୍ରୁ ଛିଟିକି ପଡ଼ିଥିଲେ I ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ରାସ୍ତାରୁ ଉଦ୍ଧାର କରି ଦମକଳ ଗାଡ଼ିରେ ଖଜୁରୀପଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ଉଭୟଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୱେବ ସାମ୍ବାଦିକଙ୍କ ନାମ ବିକାଶ ମିଶ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ସାମ୍ବାଦିକ ବିକାଶ ଦିଗାଲ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସାମ୍ବାଦିକ ବିକାଶ ମିଶ୍ରଙ୍କ ଅକାଳ ଵିୟୋଗକୁ ନେଇ ଫୁଲବାଣୀ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି I ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଓ ଜିଲ୍ଲା ସଙ୍ଘ ସଭାପତି ଡ଼ଃ. ଅରୂପ ଜେନା ଦାବି କରିଛନ୍ତି l
ଅନ୍ୟପଟେ ଦୁର୍ଘଟଣାଘଟାଇଥିବା ବୋଲେର ର ପଟ୍ଟାମିଲି ନଥିବାବେଳେ ଖଜୁରୀପଡ଼ା ଥାନା ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Comments are closed.