ପାରାଦ୍ୱୀପ: ମଇ ୦୯: ବାତ୍ୟା ଅସାନିକୁ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ସୂଚନା । ଆଗାମି କାଲି ଯାଏ ବାତ୍ୟା ଅସାନି ଉତ୍ତର ପଶ୍ଚିମ ଦିଗରେ ଯାଇ ଗତି କରିବ । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର ଆନ୍ଧ୍ର୍ର ଏବଂ ଓଡ଼ିଶା ଉପକୂଳ ଛୁଇଁବା ବେଳକୁ କ୍ରମଶଃ ଏହାର ଗତିର ଦିଗ ପରିବର୍ତ୍ତନ ହେବ । ଏହାପରେ ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ସାଧାରଣ ଅବସ୍ଥାରେ ପରିଣତ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖରେ ବାତ୍ୟା ଅସାନି ପାରାଦୀପଠୁ ପାଖାପାଖି ୧୧୦ କି.ମି. ଦୂରରେ ଗତି କରିପାରେ । ଏହି ସମୟରେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ସାରିଥିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେହିପରି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବାତ୍ୟା ପୁରୀ ଠାରୁ ୬୮୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Comments are closed.