ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ଆରମ୍ଭରୁ ଏତେ ତାପମାତ୍ରା ଦେଖି ଆଶ୍ଚର୍ଯ୍ୟ ସାଧାରଣ ଲୋକ । ରାଜ୍ୟର ୩ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି ୪୧.୪ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗିରରେ ମଧ୍ୟ ୪୧. ୩ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ସମ୍ବଲପୁର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ରହିଥିବାର ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକ ସ୍ଥାନରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି ।

Comments are closed.