ଭୁବନେଶ୍ୱର: ଫେବୃଆରୀ ୨୧: ରାଜ୍ୟରେ ଆଉ ଦୁଇ ଦିନ ପାଗ ଶୁଖିଲା ରହିବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଥିବାବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ ।୨୪ରୁ ଓଡିଶାରେ ପଶ୍ଚିମାଝଡର ପ୍ରଭାବ ରହିବ । ସେହିପରି ଆସନ୍ତା ୨୪ରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫେବୃଆରୀ ୨୪ରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ ଆଦି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.