ଭୁବନେଶ୍ୱର : ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’। ଏହା ଏବେ ବିଶାଖାପାଟନମ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ୫ ଜିଲ୍ଲା ଗଞ୍ଜାମ,ବୌଦ୍ଧ,ପାରଳାଖେମୁଣ୍ଡି,ରାୟଗଡା,କୋରାପୁଟ ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।
ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ରବିବାର ନିଷ୍ପତ୍ତି ହେବ । ଶନିବାର ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ । ଅଧିକାରୀଙ୍କ ଛୁଟି ବାତିଲ ନେଇ ରବିବାର ନିଷ୍ପତି ହେବ । ଛୁଟି ହେବ କି ନାହିଁ କାଲି ନିଷ୍ପତି ହେବ । ରବିବାର ପୁଣି ଜିଲ୍ଲାପାଳଙ୍କ ସହ ବୈଠକ ବସିବ । ତେବେ ବାଲେଶ୍ୱର ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ କରାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ। ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର । ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଆଜି ରାଜୀବ ଭବନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଲିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଜରୁରୀକାଳୀନ ସାମଗ୍ରୀ ମହଜୁଦ ରଖାଯାଇଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି । ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ମାନେ ଭିସିରେ ଉପସ୍ଥିତ ରହିଛନ୍ତି । ବିପର୍ଯୟ ପ୍ରକୋପ ଯାହା ବି ହେଉ ସରକାର ପ୍ରସ୍ତୁତ ଅଛନ୍ତି । ଅତୀତର ପ୍ରସ୍ତୁତିକୁ ଆଖି ଆଗରେ ରଖି ନିଖୁଣ ପ୍ରସ୍ତୁତି କରାଯାଇଛି । ଲୋକେ ବିଚଳିତ ହୁଅନ୍ତୁ ନାହିଁ । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରିବା ପାଇଁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ, ସ୍ୱାସ୍ଥ୍ୟ ବିଭାଗ ସବୁକୁ ପ୍ରସ୍ତୁତ କରାଯାଇଛି । ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ । ମୂଳ ଲକ୍ଷ୍ୟ ଜୀବନ ରକ୍ଷା । ଲୋକଙ୍କ ରକ୍ଷା କବଚ ହେବେ ସରକାର । ଭୂସ୍ଖଳଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି । ରାସ୍ତା ଉପରେ ପାଣି ଗଲେ ଉଭୟ ପଟ ରାସ୍ତା ବନ୍ଦ କରାଯିବ । ସେହିଠାରେ ଯାତ୍ରୀଙ୍କୁ ଖାଦ୍ୟର ବ୍ୟବସ୍ଥା କରାଯିବ । ଦକ୍ଷିଣ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇଛି ଏହାର ପ୍ରଭାବ ଓଡ଼ିଶା ଉପରେ କମ ପଡିବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
