ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ

0

ନୂଆଦିଲ୍ଲୀ : ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ ପ୍ରକ୍ରିୟା । ସନ୍ଧ୍ୟା ୬ ଟାରେ ହେବ ଗଣତି। ଏହାପରେ ଫଳାଫଳ ପ୍ରକାଶ କରାଯିବ । ସଂସଦ ଭବନରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୋପନ ବାଲଟରେ ଭୋଟ୍‍ ଦେଉଛନ୍ତି ଉଭୟ ଗୃହର ସାଂସଦ । ଏନଡିଏର ପୋଲିଂ ଏଜେଣ୍ଟ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମମୋହନ ନାଇଡୁ ରହିଛନ୍ତି । ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟ ନାସିର୍‍ ହୁସେନ୍‍, ମାଣିକମ୍‍ ଟାଗୋର ଓ ଶକ୍ତି ସିଂହ ଗୋହିଲ୍‍ ।

ସୂଚନାନୁସାରେ,ଗତ ଜୁଲାଇ ୨୧ରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । ଏହାପରେ ୨ ମାସ ପରେ ନିର୍ବାଚନ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ଓ ଇଣ୍ଟି ମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ଏନଡିଏରୁ ମହାରାଷ୍ଟ୍ର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ଇଣ୍ଡିମେଣ୍ଟର ପ୍ରାର୍ଥୀ ଅବସରପ୍ରାପ୍ତ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଫାଇଟ୍‍ ହେଉଛି । ନିର୍ବାଚନ ଜିତିବା ପାଇଁ ୩୮୬ ସମର୍ଥନ ଆବଶ୍ୟକ ।

ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନାହିଁ ବିଜୁ ଜନତା ଦଳ । ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ସମଦୂରତାର ଦ୍ବାହି ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଆଜି ବିଜେଡିର ୭ ରାଜ୍ୟସଭା ସାଂସଦ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ। ସେହିପରି ବିଆରଏସ ଏ ୪ ସଦସ୍ୟ ମଧ୍ୟ ମତଦାନରୁ ଦୁରେଇ ରହିଛି ।

Govt
Leave A Reply

Your email address will not be published.