ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଏହି ଅବସରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ଜିଲାପାଳ ମଧୁସୂଦନ ଦାସ । ଗୁରୁବାର ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ କରିଛନ୍ତି ଜିଲାପାଳ । ବର୍ତ୍ତମାନ ନୂଆପଡାରେ ମୋଟ ୨ଲକ୍ଷ ୫୩ହଜାର ୬୨୪ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୪ହଜାର ୧୦୮ ଓ ମହିଳା ଭୋଟର ହେଉଛନ୍ତି ୧ଲକ୍ଷ ୨୯ହଜାର ୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ୨୧ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରେ ବୟସ୍କ ଭୋଟରଙ୍କ ସଂଖ୍ୟା ୧୭୮୬, ଯୁବ ଭୋଟର ୯ହଜାର ୪୨୯ ଏବଂ ଦିବ୍ୟାଙ୍ଗ ଭୋଟର୍ ୩୯୮୮ ଜଣ ଅଛନ୍ତି ।
ନୂଆପଡାରେ ସ୍ୱର୍ଗତ ରାଜନ୍ଦ୍ରେ ଢୋଲକିଆଙ୍କ ପରଲୋକ ପରେ ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହେବା ସହ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି । ନୂଆପଡ଼ା ବିଧାନସଭା ମଣ୍ଡଳୀ -୭୧ ନୂଆପଡ଼ା,୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ। ଏଥିପାଇଁ ନଭେମ୍ବର ୧୧ରେ ଉପନିର୍ବାଚନ ଘୋଷଣା କରାଯାଇଛି।
