‘ଭିଟାମିନ-କେ’ର ଉପାଦେୟତା

ଅନ୍ୟ ଭିଟାମିନ ପରି ଭିଟାମିନ କେ ମଧ୍ୟ ଆମ ଶରୀର ପାଇଁ ବହୁତ ଜରୁରୀ । ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଯେ ଏହା ମାନବ ଶରୀରରେ ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଏହା ବିନା ଶରୀରରେ ହୋଇଥିବା ଛୋଟ କ୍ଷତ ମଧ୍ୟ ରକ୍ତ ବୋହିବାର କାରଣ ହୋଇପାରେ । ଏପରି ହେଲେ ସ୍ଥିତି ଗମ୍ଭୀର ହୋଇଯାଇଥାଏ । ସେହିପରି ୟୁରିନ ପ୍ରୋଟିନର ଉତ୍ପାଦନ କରିବା ପାଇଁ ଭିଟାମିନ କେ ଆବଶ୍ୟକତା ହୋଇଥାଏ ।

‘ଭିଟାମିନ-କେ’ର ଉପାଦେୟତା

ଏହାଦ୍ୱାରା କିଡନୀ ସଠିକ୍‌ ଭାବେ କାମ କରିଥାଏ । ଏହି ଭିଟାମିନ କିଡନୀରେ ପଥୁରୀ ହେବାକୁ ରୋକି ଥାଏ । ଏହାସହ ହାଡ଼କୁ ମଜବୁତ କରିବା ସହ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ । ତେବେ ଶରୀରରେ ଭିଟାମିନ କେର ଅଭାବ ହେଲେ ଅନେକ ସାରା ଲକ୍ଷଣ ଦେଖାଯାଏ ।

ଯଥା: ରକ୍ତ ଜମାଟ ବାନ୍ଧିବାରେ ସମୟ ଲାଗିବା । ପରିସ୍ରା ଲାଲ ଦେଖାଯିବ ଏବଂ ଶେଷର ରକ୍ତ ପଡ଼ିବା । ନାକରୁ ରକ୍ତ ପଡ଼ିବା, ଆଣ୍ଠୁଗଣ୍ଟି ବିନ୍ଧିବା ଏବଂ ମାସିକ ଋତୁସ୍ରାବରେ ଅଧିକ ଯନ୍ତ୍ରଣା ହେବା । ତେବେ ପ୍ରତିଦିନର ଆହାରରେ ଭିଟାମିନ କେ ଖାଦ୍ୟ ସାମିଲ କରିବା ଦରକାର ।

‘ଭିଟାମିନ-କେ’ର ଉପାଦେୟତା

ବୈଜ୍ଞାନିକଙ୍କ ଅନୁସାରେ ପୁରୁଷଙ୍କୁ ଅତି କମ୍‌ରେ ୮୦ ମାଇକ୍ରୋଗ୍ରାମ ଏବଂ ମହିଳାଙ୍କୁ ୭୦ ମାଇକ୍ରୋଗ୍ରାମର ଭିଟାମିନ କେ ଯୁକ୍ତ ଆହାର ସେବନ କରିବା ଉଚିତ୍‌ । ଯେପରି ପତ୍ର ଥିବା ପରିବା(ପତ୍ରକୋବି, ଫୁଲୋକୋବି, ପାଳଙ୍ଗ), ସୋୟାବିନ, ପନୀର ଏବଂ ଗ୍ରୀନ ସାଲାଡ୍‌କୁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ।

Govt

Comments are closed.