ଛତିଶଗଡ଼ : ଛତିଶଗଡ଼ର ନବମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ I ଏହି ଅବସରରେ ରାୟପୁରର ରାଜଭବନରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି ବିଶ୍ୱଭୂଷଣ । ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ୱାମୀ ରାଜ ଭବନର ଦରବାର ହଲରେ ଶ୍ୱଭୂଷଣଙ୍କୁ ଶପଥ ପାଠ କରାଇଥିଲେ । ରାଜ୍ୟପାଳ ହରିଚନ୍ଦନ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ । ଏହା ପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ଅବସ୍ଥାପିତ ହୋଇଥିଲେ I ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଓ୍ୱିକିଙ୍କ ପରେ ହରିଚନ୍ଦନ ଏହି ପଦ ଭାର ଗ୍ରହଣ କରିଛନ୍ତି ।
ରାଜ୍ୟପାଳଙ୍କ ଶପଥ ସମାରୋହରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜ୍ୟ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ, ଛତିଶଗଡ ବିଜେପି ସଭାପତି ଅରୁଣ ସାଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ, ରାଜ୍ୟସଭାରେ ବିରୋଧୀ ଦଳର ନେତାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ହରିଚନ୍ଦନ ୨୪ ଜୁଲାଇ ୨୦୧୯ରୁ ୨୨ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ।

Comments are closed.