ଏଲ୍‌ଇଡି ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କଟକ: ଚଳିତ ବର୍ଷ ଭର୍ଚୁଆଲରେ ମାଧ୍ୟମରେ ଶ୍ରଦ୍ଧାଳୁ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ । ପଞ୍ଚୁକରେ ଝୁଲାପୋଲ ନିକଟରେ ଏକ ବଡ଼ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯିବ । ଏହାସହିତ ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ ବୋଲି ଆଜି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାବା ଧବଳେଶ୍ୱରଙ୍କ ପୀଠରେ ଥିବା ଦୁର୍ବଳ ଝୁଲା ପୋଲ ପାଇଁ ଧବଳେଶ୍ୱରରେ ୧୪୪ ଜାରି ହୋଇଛି । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଧବଳେଶ୍ୱର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଏଲ୍‌ଇଡି ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଜିଲ୍ଲାପାଳ କହିଛନ୍ତି, ଚର୍ମ ଚକ୍ଷୁରେ ଦର୍ଶନ ନକଲେ ମଧ୍ୟ ଭର୍ଚୁଆଲ ମୋଡରେ ଝୁଲାପୋଲ ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଝୁଲାପୋଲ ପାଖରେ ଧବଳେଶ୍ୱରଙ୍କ ଅସ୍ଥାୟୀ ପ୍ରତିମା କରାଯିବା ସହ ଏଲ୍‌ଇଡି ମାଧ୍ୟମରେ ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ଦେଖିବେ ଶ୍ରଦ୍ଧାଳୁ ।

ସୂଚନା ଥାଉଯେ, ଗୁଜୁରାଟର ମୋର୍ବିଠାରେ ଝୁଲା ପୋଲ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବାବା ଧବଳେଶ୍ୱରଙ୍କ ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରାଯାଇଛି । ବିଶେଷଜ୍ଞ ଦଳଙ୍କ ମତ ଅନୁସାରେ, ବାବା ଧବଳେଶ୍ୱରଙ୍କ ପୀଠାରେ ଥିବା ଝୁଲାପୋଲ ଅସୁରକ୍ଷିତ ରହିଛି । ଏଣୁ ପଞ୍ଚକ ଓ ବଡ଼ଓଷା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.