ଟେଷ୍ଟ ମ୍ୟାଚରୁ ଅବସର ନେଲେ ବିରାଟ କୋହଲି

ନୂଆଦିଲ୍ଲୀ : ସବୁ ଚର୍ଚ୍ଚା-ଆଲୋଚନାର ଅନ୍ତ ଘଟିଲା। ଟେଷ୍ଟ ମ୍ୟାଚରୁ ଅବସର ନେଲେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି। ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲୀ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ଏନେଇ ସେ ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ।

ଗତ କିଛି ଦିନ ଧରି ଗଣମାଧ୍ୟମରେ ଆଲୋଚନା ହେଉଥିଲା ଯେ, କୋହଲୀ ତାଙ୍କ ଅବସର ବିଷୟରେ ବିସିସିଆଇକୁ ଜଣାଇଛନ୍ତି, କିନ୍ତୁ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଥିଲା। କିନ୍ତୁ ଶେଷରେ ସୋମବାର କୋହଲୀ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା କଥା ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ଟି-୨୦ ବିଶ୍ବକପ ପରେ ଟି-୨୦ରୁ ଅବସର ଘୋଷଣା କରିଥିଲେ । ଏବେ ଟେଷ୍ଟରୁ ଅବସର ଘୋଷଣା କରିଥିବାବେଳେ ଆଗାମୀ ଦିନରେ କେବଳ ଦିନିକିଆରେ ଖେଳ ଜାରି ରଖିବେ । ବିରାଟ ଭାରତ ପାଇଁ ୧୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତାଙ୍କ ନାମରେ ଅନେକ ରେକର୍ଡ ରହିଥିବାବେଳେ ୨୦୧୧ ମସିହାରେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ କୋହଲି । ବିରାଟ ନିଜର ଶେଷ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ।

Launching Ceremony of “AYUSHMAN BHARAT

Comments are closed.