ଭିଣ୍ଟେଜ୍‌ ଷ୍ଟାଇଲ୍‌

0

ବର୍ତ୍ତମାନ ଫ୍ୟାଶନ ଦୁନିଆ ପୁଣିଥରେ ଇତିହାସକୁ ପୂନରାବୃତ୍ତି କରିବାରେ ଲାଗିଛି । ଏଭଳି ଅନେକ ଷ୍ଟାଇଲ୍‌ ବର୍ତ୍ତମାନ ଦେଖିବାକୁ ମିଳୁଛି, ଯାହା ଦିନେ ଅତୀତ ହୋଇ ସାରିଥିଲା । ଆସନ୍ତୁ ଜାଣିବା ସେହିଭଳି କିଛି ଭିଣ୍ଟେଜ୍‌ ଷ୍ଟାଇଲ୍‌ ସମ୍ବନ୍ଧରେ ଯାହା ବର୍ତ୍ତମାନ ଟ୍ରେଣ୍ଡ୍‌ ସାଜିଛି । ଯୁବପିଢିଙ୍କର ଯାହା ବର୍ତ୍ତମାନ ପ୍ରଥମ ପସନ୍ଦ ପାଲଟିଛି । ଏଥିରେ ଅନେକ ସାମଗ୍ରୀ ସାମିଲ ରହିଛି । ଆସନ୍ତୁ ସେଥିରୁ କିଛିଟା ଷ୍ଟାଇଲ୍‌ ବିଷୟରେ ଜାଣିବା ଯାହା ବର୍ତ୍ତମାନ ବେଶି ଅନୁକରଣ କରାଯାଉଛି ।
ବିଗ୍‌ ବ୍ଲେଜର
ବିଗ୍‌ ବ୍ଲେଜର୍‌ ଭିଣ୍ଟେଜ୍‌ କଲେକସନ୍‌ର ଏଭଳି ଏକ ଟ୍ରେଣ୍ଡ୍‌ ଯାହା କେବେ ବି ଆଉଟଡେଟ୍‌ ହେବନାହିଁ । ଏହା ସବୁବେଳେ ଲୋକଙ୍କ ଭିତରେ ପସନ୍ଦର ପୋଷାକ ତାଲିକାରେ ଆଗରେ ରହିବ । ଅଶୀ ଦଶକର ଏହି ଓଭରସାଇଜ୍‌ ସେପ୍‌ ଓ ପ୍ୟାଡେଡ୍‌ ସୋଲïର ପିନ୍ଧିବାପାଇଁ ବେଶ ଆରାମ ଦାୟକ ହୋଇଥାଏ । ଏହା ସବୁବେଳେ ଫ୍ୟାଶନ କ୍ରାଉଡର ପ୍ରଥମ ପସନ୍ଦ ହୋଇଥାଏ । ଏହା ବିଭିନ୍ନ ରଙ୍ଗ ସହ ଭିନ୍ନଭିନ୍ନ ଷ୍ଟାଇଲରେ ମିଳିଥାଏ । ଏହାକୁ ଯେ କୌଣସି ଅକେଜନ୍‌ ହେଉ ପେୟାର କରି ପିନ୍ଧାଯାଇପାରିବ ।
ଚେନ୍‌ ବେଲ୍‌ଟ
ଚେନ୍‌ ବେଲ୍‌ଟ ଏପରି ଏକ ଆସେସରି ଯାହା ଏକ ଲୁକକୁ ବଦଳାଇବାରେ ପୂରାପୁରି ସକ୍ଷମ । ଲୁକ ଟ୍ରାନ୍ସଫର୍ମ ପାଇଁ ଏହା ଏକ ଭଲ ଅପସନ୍‌ ହୋଇଥାଏ । ଏହାକୁ ବିଭିନ୍ନ ଡ୍ରେସ ସହ ଷ୍ଟାଇଲ କରିହେବ । ଜିନ୍ସ ଠାରୁ ଆରମ୍ଭ କରି ଶାଢି ଆପଣ ଯେଉଁଥିରେ ଚାହିଁବେ ଏହାକୁ ବ୍ୟବହାର କରି ନିଜର ଲୁକକୁ ଏଲିଗେଣ୍ଟ କରିପାରିବେ । ଏହା ବିଭିନ୍ନ ରଙ୍ଗର ମିଳୁଥିବାବେଳେ ଏହାର ଗୋଲଡେନ କଲରର ଚାହିଦା ବେଶି । ଗୋଲଡେନ କଲର ସବୁ ଡ୍ରେସ୍‌ ସହ ମ୍ୟାଚ ହେଉଥିବାରୁ ଏହାକୁ ଲୋକ ବେଶି ପେୟାର କରିଥାଆନ୍ତି । ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ଏହା ଉପଲବ୍ଧ ।
କୋରସେଟ୍‌
କୋରସେଟ୍‌ ପିନ୍ଧିବାର ପ୍ରଥା କାହିଁ କେଉଁ କାଳରୁ ଚାଲିଆସିଛି । ଏହାକୁ ରାଜା ରାଜୁଡାଙ୍କ ସମୟରେ ରାଣୀ ଓ ରାଜକୁମାରୀମାନେ ପିନ୍ଧୁଥିଲେ । ସେମାନେ ଏହାକୁ ନିଜ ଶରୀରକୁ ଏକ ଭଲ ସେପ୍‌ ଦେବା ପାଇଁ ବ୍ୟବହାର କରୁଥିଲେ । ହେଲେ ଏହା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଏହାକୁ ସମସ୍ତେ ନିଜ ଓ୍ୱାଡରବ୍‌ରେ ଫ୍ୟାଶନ ଟ୍ରେଣ୍ଡ୍‌ ଭାବେ ସାମିଲ କରିଛନ୍ତି । ଏହାକୁ ବର୍ତ୍ତମାନ ଝିଅ ବା ମହିଳା ମାନେ ଟପ୍‌ସ କରି ଜିନ୍ସ ହେଉ କିମ୍ବା ସ୍କଟ୍‌ରେ ପିନ୍ଧୁଛନ୍ତି । ଏହି ପେୟାରିଂ ସେମାନଙ୍କୁ ବେଶ ଏଲିଗେଣ୍ଟ୍‌ ଲୁକ ଦେଉଛି । ଏହାକୁ ବର୍ତ୍ତମାନ ଅଳ୍ପ ପରିମାଣରେ ନୂଆ ଟଚ୍‌ ଦିଆଯାଇ ମାର୍କେଟରେ ରି ଲଞ୍ଚ କରାଯାଇଛି । ଏହା କଲେଜ୍‌ ଯାଉଥିବା ଝିଅଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । ଏହାର ବୋଲï ପାର୍ଟନ ଓ କୋଜିଅର ଫାବ୍ରିକ୍‌ ସେମାନଙ୍କୁ ଏକ ଗ୍ଲାମ୍‌ ଷ୍ଟେଟମେଣ୍ଟ୍‌ ଦେଉଛି । ଏଥିରେ ମଧ୍ୟ ନାମୀଦାମୀ ବ୍ରାଣ୍ଡ୍‌ ସାମିଲ ଅଛନ୍ତି । ଏହାକୁ ଛୋଟ ଛୋଟ ଫଙ୍କସନ୍‌ରେ ପିନ୍ଧି ଆପଣ ଏଞ୍ଜୟ କରିପାରିବେ ।
ବାଓ୍ୱଲର୍‌ ବ୍ୟାଗ୍‌
ଏହି ଭିଣ୍ଟେଜ୍‌ ଷ୍ଟାଇଲ୍‌ କଲେକସନ୍‌ରେ ବ୍ୟାଗ ମଧ୍ୟ ରହିଛି । ଆଜିକାଲିର ବିଭିନ୍ନ ଷ୍ଟାଇଲିଷ୍ଟ ବ୍ୟଗ ମଧ୍ୟରେ ଏହା ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇପାରିଛି । ବିଭିନ୍ନ ନାମୀ ବ୍ରାଣ୍ଡ୍‌ମାନେ ଏହି କଲେକସନ୍‌ରେ ଟ୍ରେଣ୍ଡି ଭିଣ୍ଟେଜ୍‌ ବାଓ୍ୱଲିଂ ବ୍ୟାଗକୁ ଆଡ କରିଛନ୍ତି । ସେମାନଙ୍କ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବ୍ରାଣ୍ଡ୍‌ ପ୍ରମୋସନ୍‌ରେ ଭିଣ୍ଟେଜ୍‌ କଲେକସନ୍‌ ଆଡ ହୋଇଛି । ଏହି ବ୍ୟାଗଗୁଡିକ ବିଭିନ୍ନ କଲରରେ ଲଞ୍ଚ୍‌ ହୋଇଛି, ଯାହାକୁ ଗ୍ରାହକ ବେଶ ପସନ୍ଦ କରୁଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.