ଫ୍ୟାଶନ ଜଗତରେ ଫ୍ଲୋରାଲ୍ ଡିଜାଇନ ସର୍ବଦା ଟ୍ରେଣ୍ଡରେ ରହିଆସୁଛି । ୮୦ ଦଶକରେ ଯେପରି ଭାବେ ଫ୍ଲୋରାଲ ଡ୍ରେସ୍ ବେଶ୍ ଷ୍ଟାଇଲିସ୍ ଦେଖାଯାଉଥିଲା, ତାହା ଆଜି ବି ସେତିକି ଗ୍ଲାମର ଲାଗୁଛି । ନା ବଦଳିଛି ପ୍ରିଣ୍ଟ, ନା ବଦଳିଛି ଡିଜାଇନ । କେବଳ ଏହାକୁ କ୍ୟାରୀ କରିବାର ଉପାୟ ଏବଂ ଷ୍ଟାଇଲରେ ପରିବର୍ତ୍ତନ ଆସିଛି ।

ସାଧାରଣ ଯୁବତୀଙ୍କଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରେଟିମାନଙ୍କୁ ଫ୍ଲୋରାଲ୍ ଡ୍ରେସ୍ ପିନ୍ଧିଥିବା ସ୍ପଟ୍ କରାଯାଇଛି । ଆପଣ ନୋଟିସ୍ କରିଥିବେ, କେବଳ ଡ୍ରେସ୍ ପିନ୍ଧିବାର ଅନ୍ଦାଜ ବଦଳିଛି । ଯଦି ଆପଣ ଭିଣ୍ଟେଜ୍ ଫ୍ଲୋରାଲ ଡ୍ରେସ୍ରେ କିଛି ନୂଆ ଓ ଫ୍ରେସ ଲୁକ୍ ଚାହୁଁଛନ୍ତି, ତାହେଲେ କିଛି ଷ୍ଟାଇଲିଂ ଟିପ୍ଲକୁ ଫଲୋ କରନ୍ତୁ ।
କେମିତି ପିନ୍ଧିବେ
– ନି ଲେନ୍ଥ ଭିଣ୍ଟେଜ୍ ଫ୍ଲୋରାଲ ଡ୍ରେସ୍ ସବୁବେଳେ ୟୁନିକ୍ ଲୁକ୍ ପ୍ରଦାନ କରିଥାଏ । ଏହାକୁ ପାର୍ଟି, ଅଫିସ ଏବଂ ଆଉଟିଂରେ ପିନ୍ଧିପାରିବେ । ଏହାସହ ମ୍ୟାଚିଂ ବୁଟ୍ ସହ ମିନିମାଲ୍ ଜୁଏଲାରୀରେ ଲଙ୍ଗ୍ ରୋଜ୍ ଗୋଲï ଚେନ୍, ରୋଜ୍ ଗୋଲï ବ୍ରେସଲେଟ୍ ପିନ୍ଧିପାରିବେ । ତ୍ୱଚାରେ ନାଚୁରାଲ ମେକଅପ୍ ହିଁ ଆପଣଙ୍କୁ ଆହୁରି ଆକର୍ଷଣୀୟ କରିବ ।

– ଭି ନେକ୍ ଓ କାଫ୍ ଲେନ୍ଥର ଡ୍ରେସ୍ ପାର୍ଟି ପାଇଁ ବିଲକୁଲ ପରଫେକଫ । ବ୍ଲାକ୍ କଲର୍ର ଥ୍ରୀଡି ଫ୍ଲୋରାଲ୍ ପ୍ରିଣ୍ଟ ଆଜିକାଲିର ଯୁବତୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ହାଇ ହିଲ୍ ସହ ପାର୍ଟି ମେକଅପ୍ ଓ ଲଙ୍ଗ୍ ଚେନ୍, ଆଙ୍ଗୁଠିରେ କକଟେଲ୍ ରିଙ୍ଗ୍ ଆପଣଙ୍କୁ ଗ୍ଲାମର ଲୁକ୍ ପ୍ରଦାନ କରିବ ।
– ରାପ୍ ଡ୍ରେସ୍ କାଜୁଆଲ ଆଉଟିଂ ପାଇଁ ଭଲ ବିକଳ୍ପ । ଏହି ପ୍ରକାର ଫ୍ଲୋରାଲ ଡ୍ରେସ୍ରେ ଆପଣ କମ୍ ଆସେସୋରିଜ୍ କ୍ୟାରି କରନ୍ତୁ । ଏଥିରେ ବ୍ଲାକ୍ ଚୋକର୍, ହାଲକା ବ୍ରେସଲେଟ୍, କାନରେ ହୁ«, ମେସି ବନ୍ ଷ୍ଟାଇଲ ଖୁବ ମାନିଥାଏ ।
– ବିଚ୍ ଲୁକ୍ ପାଇଁ ଫୁଲ୍ ଲେନ୍ଥ ଲେୟାର୍ଡ ଫ୍ରିଲ୍ ଭିଣ୍ଟେଜ୍ ଫ୍ଲୋରାଲ ଡ୍ରେସ୍ ଏକଦମ ପରଫେକଫ । ଆଉଟିଂ ପାଇଁ ଯାଉଥିଲେ କେଶକୁ ନ୍ୟାଚୁରାଲ୍ କର୍ଲ ସହ ମିନିମାଲ ମେକଅପ୍ ଏବଂ ହାଇ ହିଲ୍ ପିନ୍ଧନ୍ତୁ ।
– ହଳଦିଆ ରଙ୍ଗ ସର୍ବଦା ଟ୍ରେଣ୍ଡରେ ରହିଥାଏ । ଏହି ଗ୍ଲାମ୍ ଡ୍ରେସ୍ ପିନ୍ଧି ଆପଣ ନିଜ ପାର୍ଟନର ସହ ଡେଟ୍ରେ ଯାଇପାରିବେ । ଏହାସହ ଲଙ୍ଗ୍ ଚେନ୍ ନେକ୍ପିସ୍ ସହ ହାଇହିଲ୍ ଏବଂ ଖୋଲା ହେୟାର ଷ୍ଟାଇଲ ଆଡ୍ କରିପାରିବେ ।
– ରୋଜ୍ ଗୋଲï କଲର୍ର ମ୍ୟାକ୍ସି ଫ୍ଲୋରାଲ ଡ୍ରେସ୍ ଷ୍ଟାଇଲ କକଟେଲ୍ ପାର୍ଟିରେ ପିନ୍ଧିପାରିବେ । ଏହାସହ କେବଳ ଲଙ୍ଗ୍ ଇୟର୍ରିଙ୍ଗ୍ସ ପେୟାର ଅପ୍ କରନ୍ତୁ । ଆପଣ ଏଥିରେ ଏଲିଗାଣ୍ଟ୍ ଲୁକ୍ ପାଇପାରିବେ ।
-ୱାନ୍ ଶୋଲïର ଫ୍ଲୋରାଲ ଡ୍ରେସ୍ ଆପଣଙ୍କୁ ଏକ ଭିନ୍ନ ଲୁକ୍ ପ୍ରଦାନ କରିବ । ନାଇଟ୍ ପାର୍ଟିରେ ଯାଉଥିଲେ ହାଇହିଲ୍ ପିନ୍ଧନ୍ତୁ ଏବଂ କେଶକୁ ଷ୍ଟ୍ରେଟ୍ ରଖନ୍ତୁ । ଏହାସହ ବଡ଼ ଇୟର୍ରିଙ୍ଗ୍ସ ଆଡ୍ କରିପାରିବେ ।
-ଅଫ୍ ଶୋଲïର ପ୍ଲୋରାଲ ଡ୍ରେସ ଆକର୍ଷଣୀୟ ଲାଗିଥାଏ । କେବଳ କାନରେ ଲଙ୍ଗ୍ ଇୟର୍ରିଙ୍ଗ୍ସ ଏହାକୁ ଭଲ ମାନିଥାଏ । ସାଧାସିଧା ହେୟାରଷ୍ଟାଇଲ ଏହାକୁ ଆହୁରି ଭଲ ଦେଖାଯାଏ ।

କ’ଣ ନ କରିବେ
ଫ୍ଲୋରାଲ୍ ଡ୍ରେସ୍ ନିଜ ଭିତରେ ହିଁ ଏକ ସଂପୂର୍ଣ୍ଣ ପୋଷକ । ଫ୍ଲୋରାଲ ପ୍ରିଣ୍ଟ୍ ଏତେ ମାତ୍ରାରେ ଭିଜିବଲ୍ ହୋଇଥାଏ ଯେ ଏହା ସାମ୍ନାରେ ପ୍ରତ୍ୟେକ ଆସେସୋରିଜ ଫିକା ପଡ଼ିଥାଏ । ତେଣୁ ଭିଣ୍ଟେଜ୍ ଫ୍ଲୋରାଲ ଡ୍ରେସ ସହିତ କିଛି ଜିନିଷ କ୍ୟାରି ନକରିବା ଉଚିତ୍ ।

ଯଥା : ହେଭି ଜୁଏଲାରୀ, ବୋଲï ମେକଅପ୍, ବଡ଼ ପ୍ରିଣ୍ଟରେ ଲେୟାର୍ଡ ଡିଜାଇନ, ଡାର୍କ କଲର୍ର ଆସେସୋରିଜ ଏବଂ ହେୟାର ଆସେସୋରିଜ୍ ।

Comments are closed.