ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ: ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର:୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ। ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। ସବ ପ୍ଲଟର ବିକ୍ରୟ କବଲା ପାଇଁ ମାଗିଥିଲେ ୨୦ ହଜାର ଟଙ୍କା।

ଲାଂଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ଟ୍ରାପ ପରେ ଦେବଜାନୀ କରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଏକାଧିକ ସ୍ଥାନରେ ଚାଲିଛି ଆୟ ବର୍ହିଭୁତ ଯାଞ୍ଚ। ଯାଞ୍ଚ ସମୟରେ ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ୧୨ ଲକ୍ଷ ୮୦ ହଜାର।ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ଏହି ଟଙ୍କା। ଆଇଜିଆର ଅଫିସର ବରିଷ୍ଠ ଅଧିକାରୀଙ୍କ ସହାୟତା ଲୋଡିଲା ଭିଜିଲାନ୍ସ। ଭିଜିଲାନ୍ସର ଛାନଭିନ ଜାରି ରହିଛି। କନିଷ୍ଠ କିରାଣୀ ଦେବଜାନୀ କରଙ୍କ ପାଇଁ ଏଵେ ଅଡୁଆ ବଢ଼ିଛି।

Govt

Comments are closed.