ଓପିଏଚ୍‌ଡବ୍ଲì୍ୟସି ଅଧିକାରୀଙ୍କ ଘରେ ଚଢ଼ାଛ: ଭିଜିଲାନ୍‌ସକୁ ଦେଖି ଫୋପାଡି ଦେଲେ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର : ନଭେମ୍ବର ୦୯: ଓପିଏଚ୍‌ଡବ୍ଲì୍ୟସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଆଜି ଭିଜିଲାନ୍‌ସ ଚଢ଼ାଉ କରିଛି । ଦଳ ଦଳ ହୋଇ ଭିଜିଲାନ୍‌ସ ଏକାସମୟରେ ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ପ୍ରତାପଙ୍କ କୁବେର ଭଳି ସମ୍ପତ୍ତି ଦେଖି ଭିଜିଲାନ୍‌ସ ବି ଅବାକ୍‌ ହୋଇଯାଇଛି । ବିଭିନ୍ନ ସ୍ଥାନରେ ପ୍ରତାପଙ୍କର ରହିଛି ଅମାପ ସମ୍ପତ୍ତି ଏଥିସହିତ ମାଳ ମାଳ ଘର ଓ ବିଲ୍‌ଡଂ । ସେହିପରି ତାଙ୍କ ପତ୍ନୀଙ୍କ ନାମରେ କୋଟିକୋଟି ଟଙ୍କାର ସମ୍ପତ୍ତି । ତେବେ ଭୁବନେଶ୍ୱର ସ୍ଥିତ ଆଇଆର୍‌ସି ଭିଲେଜ ଘରେ ଚଢ଼ାଉ ସମୟରେ ଭିଜିଲାନ୍‌ସ ଅଧିକାରୀଙ୍କୁ ଦେଖି ପ୍ରତାପ ଘର ବାହାରକୁ ଲକ୍ଷାଧିକ ଟଙ୍କା ଫୋପାଡ଼ି ଦେଇଥିଲେ । ଯାହାକୁ ଭିଜିଲାନ୍‌ସ ଜବତ କରିଛି । ଖବର ଅନୁସାରେ ପ୍ରତାପ ପ୍ରାୟ ୩୮ ଟଙ୍କା ଫୋପାଡ଼ି ଦେଇଥିଲେ ।

ଓପିଏଚ୍‌ଡବ୍ଲì୍ୟସି ଅଧିକାରୀଙ୍କ ଘରେ ଚଢ଼ାଛ: ଭିଜିଲାନ୍‌ସକୁ ଦେଖି ଫୋପାଡି ଦେଲେ ଲକ୍ଷ ଲକ୍ଷ ଟଙ୍କା
ପ୍ରତାପ ସାମଲ

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍‌ସ ଆଜି ସକାଳୁ ସକାଳୁ ପ୍ରତାପଙ୍କ ଘରେ ଚଢ଼ାଉ କରିଥିଲା । ଭୁବନେଶ୍ୱରରେ ତାଙ୍କର ୪ଟି କୋଠା ରହିବା ସହିତ ଗୋଠପାଟଣାରେ ପତ୍ନୀଙ୍କ ନାମରେ ଫ୍ଲାଟ୍‌ ରହିଛି । ୨୦,୩୫୦ ସ୍କୋୟାରଫୁଟ ଜାଗାରେ ୫ମହଲା ବିଲïିଂ ନିର୍ମାଣ କରାଯାଇଛି । ସେହି ମହଲା ବିଲ୍‌ଡିଂର ମୂଲ୍ୟ ପ୍ରାୟ ୩ କୋଟି ୨୫ଲକ୍ଷ ୬୦ହଜାର ଟଙ୍କା ହେବ ।

ସବୁଠାରୁ ବଡ କଥା ହେଉଛି, ରେଡ୍‌ ବେଳେ ଟଙ୍କା ବିଡା ଫୋପାଡି ଦେଇଥିଲେ ପ୍ରତାପ । ଏପରିକି ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକରେ ସ୍ଥାନରେ ଥିବା ତାଙ୍କ ଘରେ ଚଢ଼ାଉ କରାଯାଉଛି । ଅଫିସ୍‌ ଓ ଘର ସମେତ ପ୍ରାୟ ୧୨ଟି ସ୍ଥାନରେ ଏକାଳୀନ ରେଡ୍‌ କରୁଛନ୍ତି ଭିଜିଲାନ୍‌ସ ଅଧିକାରୀ ।
ଭଦ୍ରକ ବାସୁଦେବପୁରରେ ଥିବା ତିନି ମହଲା ବିଲଡିଂ, ବାଲେଶ୍ୱର ସିମୁଳିଆରେ ଥିବା ପୈତୃକ ଘର, ସିମୁଳିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି । ଭଦ୍ରକ ଅନନ୍ୟା ଟାୱାରରେ ଥିବା ସହଯୋଗୀଙ୍କ ଘରେ ମଧ୍ୟ ରେଡ୍‌ କରୁଛି ଭିଜିଲାନ୍ସ । ଚଢ଼ାଉ ଦଳରେ ଭିଜିଲାନ୍‌ସର ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି ଓ ୭ ଜଣ ଇନ୍ସପେକଫର ସାମିଲ ହୋଇଛନ୍ତି । ଖବର ଅନୁସାରେ, ଏବେ ମଧ୍ୟ ଚଢ଼ାଉ କାର୍ଯ୍ୟ ଜାରି ରହିଛି ।

Launching Ceremony of “AYUSHMAN BHARAT

Comments are closed.