ଗଞ୍ଜାମ: ଜୁନ ୨୦: ଭିଜିଲାନ୍ସ ଜାଲରେ ସିଭିଲ୍ ସପ୍ଲାଏ ଅଫିସର । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି । ଗଞ୍ଜାମ ଜିଲ୍ଲା ହେଡକ ୍ୱାର୍ଟର ଛତ୍ରପୁରର ୨ ଟି ସ୍ଥାନରେ ଚଢ଼ଉ ଚାଲିଛି । ଛତ୍ରପୁର ରାମନଗର ଫାଷ୍ଟ ଲେନରେ ଥିବା ଘର ଓ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ଚଢ଼ଉ ହୋଇଛି । ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଦୁଇ ମହଲା ଘର, ବାଲେଶ୍ୱର ଅଙ୍ଗାରଗଡ଼ଇରେ ଥିବା ବଡ଼ ଝିଅଙ୍କ ଘର ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବଡ଼ ପୁଅଙ୍କ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି ।ଚଢ଼ଉରେ ୪ ଜଣ ଡିଏସ୍ପି ଓ ୮ ଜଣ ଇନିସପେକଫର ନିୟୋଜିତ ଅଛନ୍ତି ।

Comments are closed.