ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନାଧିକାରୀ

ବଲାଙ୍ଗୀର:ଡିସେମ୍ବର ୦୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌। ବଙ୍ଗୋମୁଣ୍ଡା ବାସଭବନରୁ ମିଳିଲା ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା। ତେବେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ବରଗଡ ଟୋଲଗେଟ୍‌ ପାଖରେ ଧରିଥିଲା ଭିଜିଲାନ୍ସ ଟିମ୍‌। ଘଟଣାସ୍ଥଳରୁ ହିଁ ଥାନା ଅଧିକାରୀଙ୍କ କାରରୁ ମିଳିଥିଲା ୨ ଲକ୍ଷ ୬ ହଜାର ୨୨୦ ଟଙ୍କା । ତେବେ ଏତେ ପରିମାଣର ଟଙ୍କା ଥାନା ଅଧିକାରୀ କେଉଁଠୁ ଆଣିଥିଲେ ଓ ତାଙ୍କର ସମସ୍ତ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ ଟିମ୍‌। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ବଙ୍ଗୋମୁଣ୍ଡା ସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ଘରେ ଥିବା ସମସ୍ତ ଦସ୍ତାବିଜ ଓ କାଗଜପତ୍ର ଛାନଭିନ କରୁଥିବା ସୂଚନା ରହିଛି।

Launching Ceremony of “AYUSHMAN BHARAT

Comments are closed.