ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖଡ଼ିଆଳ ବିଡ଼ିଓ ଇ ଆଜି ସକାଳୁ ସକାଳୁ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି I ବିଡ଼ିଓ ଙ୍କର ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢଉ କରାଯାଇଛି I ଏଠି ସହିତ ଖଡ଼ିଆଳ ନୂଆପଡା ରେ ଥିବା ଅଫିସ, ସରକାରୀ ଘର, କୁଶମେଲ ଗାଁର ପୈତୃକ ଘର ଏବଂ ବିଡିଘାଟର ଜଣେ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ଭିଜିଲାନ୍ସ ।
ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୩ଜଣ ଡିଏସ୍ପି ୧୦ ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସ୍ଆଇ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ନଗଦ ୧୪ ହଜାରରୁ ଅଧିକ ଟଙ୍କା, ବ୍ୟାଙ୍କ କାଗଜପତ୍ର, ଇନସ୍ୟୁରାନ୍ସ ଜବତ କରାଯାଇଛି। ଏ ପର୍ଯ୍ୟନ୍ତ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାବେଳେ ,ବିଡିଓଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ସର୍ବମୋଟ ଆକଳନ କରାଯାଇ ପାରିନାହିଁ I

Comments are closed.