ଭିକିଙ୍କ ଗୋବିନ୍ଦା ଅବତାର

ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ଭିକି କୌଶଲ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଡିମାଣ୍ଡିଂ ଆକଫର ଭାବେ ନିଜ ନାମ ପକା କରିଛନ୍ତି । ତାଙ୍କ ଅଭିନୀତି ଫିଲ୍ମ ଲଗାତାର ହିଟ୍‌ ସାବ୍ୟସ୍ତ ହେବାରେ ଲାଗିଛି । ପୁଣି ତାଙ୍କ ହାତରେ ଏବେ ବଡ଼ ବଡ଼ ପ୍ରୋଜେକଫ । ଭିକି ଏବେ ତାଙ୍କର କେତେକ ଫିଲ୍ମକୁ ନେଇ ବ୍ୟସ୍ତ ଥିଲେ ମଧ୍ୟ ଶୁକ୍ରବାର ତାଙ୍କର ଆଉ ଏକ ନୂଆ ଫିଲ୍ମର ଘୋଷଣା ହୋଇଛି । ଭିକିଙ୍କ ଏହି ଫିଲ୍ମର ନାମ ‘ଗୋବିନ୍ଦା ନାମ ମେରା’ ରଖାଯାଇଛି ଏବଂ ଏହା ଏକ ମଲଫି ଷ୍ଟାର ଫିଲ୍ମ ।
ଭିକିଙ୍କ ଗୋବିନ୍ଦା ଅବତାର
ଏଥିରେ ଭିକି କୌଶଲଙ୍କ ସହ ସାମିଲ ହୋଇଛନ୍ତି ବି-ଟାଉନର ସୁନ୍ଦରୀ ନାୟିକା କିଆରା ଆଡଭାନୀ ଏବଂ ଭୂମି ପେଡନେକର । ତିନି ଜଣଙ୍କ ଏହି ଆଗାମୀ ଫିଲ୍ମର ଫାଷ୍ଟ୍‌ ଲୁକ୍‌ ସହ ରିଲିଜ୍‌ ତାରିଖକୁ ଜାରି କରାଯାଇଛି । ୧୦ ଜୁନ ୨୦୨୨ରେ ବଡ଼ ପରଦାରେ ଫିଲ୍ମଟି ମୁକ୍ତିଲାଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଫିଲ୍ମର ପ୍ରଯୋଜନା ଭାୟାକମ ୧୮ ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହର କରୁଛନ୍ତି । ଫିଲ୍ମରେ ଭିକିଙ୍କ ଚରିତ୍ରର ନାମ ଗୋବିନ୍ଦା ବାଘମରେ ରହିଛି । କିଆରା ଆଡଭାନୀ ଭିକିଙ୍କ ଗର୍ଲଫ୍ରେଣ୍ଡ୍‌ ଭାବେ ନଜର ଆସିବେ ଏବଂ ଭିକିଙ୍କ ପତ୍ନୀର ଚରିତ୍ର ଅବତୀର୍ଣ୍ଣ ହେବେ ଭୂମି ପେଡନେକର ।
ଭିକିଙ୍କ ଗୋବିନ୍ଦା ଅବତାର
ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ରିଲିଜ୍‌ ଫାଷ୍ଟ ଲୁକ୍‌ରେ ଭିକି କୌଶଲଙ୍କ ଦେଶୀ ଡାନ୍ସର ଅବତାର ଦମଦାର ଲାଗୁଛି, ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି ।
ଭିକିଙ୍କ ଗୋବିନ୍ଦା ଅବତାର
ସେହିପରି କିଆରା ଏବଂ ଭୂମିଙ୍କ ମଧ୍ୟ ପୋଷ୍ଟରକୁ ରିଲିଜ୍‌ କରାଯାଇଛି । ଶଶାଙ୍କ ଖେତାନ ଫିଲ୍ମର କାହାଣୀ ଲେଖିଥିବା ବେଳେ ସେ ମଧ୍ୟ ନିର୍ଦ୍ଦେଶିତ କରିବେ ।

Comments are closed.