ସଂସଦ ଟିଭି ଶୁଭାରମ୍ଭ

ଦିଲ୍ଲୀ: ସେପ୍‌ଟେମ୍ବର ୧୬: ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍‌ ବିରଳା ମିଳିତ ଭାବେ ଗତକାଲି ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି ।
ଏକ ଚ୍ୟାଲେନ୍‌ ସହିତ ସଂସଦ ସଂଶ୍ଳିଷ୍ଟ ହୋଇଥିବା ଘଟଣାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ସମୟ ସହିତ ତାଳ ଦେଇ, ବିଶେଷ କରି ଏକବିଂଶ ଶତାବ୍ଦୀରେ ଯେତେବେଳେ ଆଲୋଚନା ଏବଂ ଯୋଗାଯୋଗ ମାଧ୍ୟମରେ ହିଁ ବିପ୍ଳବ ଘଟି ଚାଲିଛି, ଏଭଳି ଟିଭିର ବିଶେଷ ଭୂମିକା ଥିବା ଅନୁଭୂତ ହୁଏ ବୋଲି ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ପ୍ରକାଶ କରିଛନ୍ତି । ସଂସଦ ଟିଭିର ମାଧ୍ୟମରେ ଦେଶ ଯୋଗାଯୋଗ ଓ ଆଲୋଚନାର ଆଉ ଏକ ମାଧ୍ୟମ ଲାଭ କରିଛି । ଯାହା ରାଷ୍ଟ୍ରର ଗଣତନ୍ତ୍ର ଏବଂ ଲୋକ ପ୍ରତିନିଧିମାନଙ୍କ ପାଇଁ ଏକ ନୂତନ ସ୍ୱର ହୋଇପାରିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୂରଦର୍ଶନକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଦେଶ ଏବେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମମାନଙ୍କ ସମ୍ମୁଖରେ ଅତୀତର ଗୌରବ ତଥା ଭବିଷ୍ୟତର ପ୍ରତିଶ୍ରୁତି ରହିଛି । ଗଣମାଧ୍ୟମ ସ୍ୱଚ୍ଛ ଭାରତ ଅଭିଯାନ ଭଳି ପ୍ରସଙ୍ଗକୁ ନେଇ ଲୋକମାନଙ୍କ ନିକଟରେ ବେଶ୍‌ ଦ୍ରୁତ ଗତିରେ ପହଞ୍ଚାଇପାରୁଛି । ଗଣମାଧ୍ୟମ ‘ଆଜାଦୀ କା ଅମୃତ’ ମହୋତ୍ସବ ପାଳନ ବେଳେ ଏହାର ମହ‰କୁ ମଧ୍ୟ ସେମାନେ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିବେ । ସେମାନେ ୭୫ଟି ଅଧ୍ୟାୟରେ ସ୍ୱାଧୀନତା ସଂଗ୍ରାମର ଭାବନା, ତଥ୍ୟାବଳୀ ଓ ଆନ୍ଦୋଳନର ମହ‰କୁ ପହଞ୍ଚାଇପାରିବେ । ଏଥିପାଇଁ ସେମାନେ ବିଶେଷ ସପ୍ଲିମେଣ୍ଟମାନ ମଧ୍ୟ ପ୍ରକାଶ କରିପାରିବେ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.