ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ମୁମ୍ବାଇ : ବଲିଉଡରୁ ଆସିଲା ପୁଣି ଏକ ଦୁଖଦଃ ଖବର I ବରିଷ୍ଠ ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କ ପରଲୋକ I ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା I ସେ ଦୀର୍ଘଦିନ ଧରି ବIର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ I ଏହା ସହ କିଛି ଦିନ ହେବ ସେ ନ୍ୟୁରୋ ସମ୍ବନ୍ଧିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଅରୁଣ ବିରଳ ନ୍ୟୁରୋମସ୍କୁଲାର ଏବଂ ମାଇଷଥେନିଆ ଗ୍ରାଭିସ ପରି ରୋଗରେ ପୀଡିତ ଥିଲେ। ତାଙ୍କୁ ମୁମ୍ବାଇର ହିରନନ୍ଦନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ଅରୁଣ ବାଲୀ ସକାଳ ୪ଟା ୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଶେଷ ଚଳଚ୍ଚିତ୍ର ‘ଗୁଡ଼ବାୟ’ ଆଜି ମୁକ୍ତିଲାଭ କରୁଥିବା ବେଳେ, ସେ ସବୁଦିନ ପାଇଁ ଦୁନିଆକୁ ‘ଗୁଡ଼ବାୟ’ କରି ଚାଲିଯାଇଛନ୍ତି I ସେ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଶ୍ୱଶୁର ଭୂମିକାରେ ଅଭିନୟ କରିଥିଲେ।

ଅରୁଣ ୯୦ ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ରାଜୁ ବନ୍ ଗୟା ଜେଣ୍ଟିଲମ୍ୟାନ୍, ଫୁଲ ଔର ଅଙ୍ଗାରେ, ଖାଳନାୟକ, ୩ ଇଡିଅଟ୍ସ ଏବଂ ପାନିପତ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଟିଭି ଶୋ ‘ବାବୁଲ କି ଦୁଆଏଁ ଲେତି ଜା’ରେ ମଧ୍ୟ ଅଭିନୟ କରିଥିଲେ। ଏହା ସହ ସେ ଥ୍ରୀ ଇଡିଅଟ୍‌, ପିକେ, ରେଡି, ବର୍ଫୀ, ଓହୋ ମାଇଁ ଗଡ, କେଦାନାରନାଥ, ଜମୀନ ଔର ସୌଗନ୍ଧ, ଜେଣ୍ଟଲମ୍ୟାନ, ଫୁଲ ଔର ଅଙ୍ଗାରେ, ଖଳନାୟକ ଏବଂ ପାନିପତ ପରି ଅନେକ ଫିଲ୍ମରେ ଦମଦାର ଅଭିନୟ କରିଥିଲେ I ବଲିଉଡ ସହ ସେ ତେଲୁଗୁ ଏବଂ ଅନେକ ପଞ୍ଜାବୀ ଫିଲ୍ମ ଏବଂ ଟିଭି ସିରିଏଲ ରେ ରେ ମଧ୍ୟ ଦମଦାର ଅଭିନୟ କରି ଦର୍ଶକଙ୍କ ମନକୁ କିଣି ନେଇଛନ୍ତି ।

ଅରୁଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ସୋଶିଆଲ ମିଡିଆରେ ବି ତାଙ୍କ ମୃତ୍ୟୁକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ୟୁଜର୍ସ ତାଙ୍କ ଆତ୍ମାର ସଦ୍‌ଗତି କାମନା କରି ପ୍ରାର୍ଥନା କରିଛନ୍ତି।

ଅଭିନେତା ଅରୁଣବାଲି ୨୩ ଡିସେମ୍ବର ୧୯୪୨ ରେ ପାକିସ୍ଥାନ ର ଲାହୋର ରେ ଜନ୍ମ ଗ୍ରହଣ କରିଥିଲେ I ସେ ବଲିଉଡ ରେ ପ୍ରଥମ ଫିଲ୍ମ ‘ସୌଗନ୍ଧ’ରୁ ନିଜର ଯାତ୍ରା ଆରମ୍ଭ କରିଥିଲେ I ଏହି ଫିଲ୍ମ ୧୯୯୧ ମସିହାରେ ପରଦାକୁ ଆସିଥିଲା I ତା ପୂର୍ବରୁ ସେ ଟେଲି ସିରିଏଲରେ କାମ କରୁଥିଲେ। ୧୯୮୯ରେ ତାଙ୍କର ପ୍ରଥମ ଟେଲି ସିରଏଲ ଥିଲା ‘ଦୁସରା କେବଲ’। ଏହା ପରେ ସେ ଫିର ୱହି ତଲାଶ, ନୀମ କା ପେଡ,ଚାଣକ୍ୟ,ଆହଟ ପରି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଇଥିଲେ। ଏହା ବ୍ୟତୀତ ସ୍ୱାଭିମାନ, କୁମ୍‌କୁମ୍‌, ଶକ୍ତିମାନ, ଦେଖ ଭାଇ ଦେଖ, ଜୟ ଗଣେଶ ଆଦି ଶୋ’ରେ ଅଭିନୟ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.