ଆଜିକାଲି ଲୋକମାନେ ନିଜ ବାସଭବନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୁମ୍ ଭିତରେ କିମ୍ବା ବାଲକୋନୀରେ ଗଛ ଲଗାଉଛନ୍ତି । ଏହାଦ୍ୱାରା ଘର ସୁନ୍ଦର ଦେଖାଯିବା ସହ ସକାରାତ୍ମକ ଚିନ୍ତାଧାରର ସଞ୍ଚାର ହୋଇଥାଏ ।

ହେଲେ କେତେକ ଘରେ ସ୍ଥାନର ଅଭାବ ଥିବାରୁ ଘର ସଜାଇବାରେ ଅସୁବିଧା ହୋଇଥାଏ । ଏପରିସ୍ଥଳେ ଆପଣ ବାଲକୋନୀ କିମ୍ବା ଘରର କୌଣସି କାନ୍ଥରେ ଭର୍ଟିକାଲ ଗାର୍ଡେନ କରିପାରିବେ । ଏପରି ଭାବେ କମ୍ ସ୍ଥାନରେ ମଧ୍ୟ ଘରର ସୌନ୍ଦର୍ଯ୍ୟ ବଢାଇପାରିବେ ।

ଏଥିପାଇଁ ପ୍ରଥମେ ଆପଣ ଘରର ସ୍ଥାନ ନିରୁପୂଣ କରନ୍ତୁ । ଗାର୍ଡେନିଂ ପାଇଁ ଘରର ଯେକୌଣସି କାନ୍ଥରେ ଲୁହାର ଷ୍ଟାଣ୍ଡ୍ ଲଗାଇ ସେଥିରେ ଗଛକୁଣ୍ଡ ରଖିପାରିବେ । ନଚେତ୍ କାଠର ଥାକ ମଧ୍ୟ କରିପାରିବେ ଏବଂ ଏଥିରେ ଛୋଟ ଛୋଟ ଗଛ ଲଗାଇପାରିବେ ।

ଆପଣଙ୍କୁ ବଜାରରେ ମଧ୍ୟ ଭିନ୍ନ ପ୍ରକାରର ଷ୍ଟାଇଲିସ୍ ଫୁଲ ପଟ୍ ସହଜରେ ମିଳିଯିବ । ବେକାର ପଡ଼ିଥିବା ପାଣି ବୋତଲରେ ମଧ୍ୟ ଗଛ ଲଗାଇବା ଭଲ ବିକଳ୍ପ ହେବ ।

Comments are closed.