ବିନା ଅଣ୍ଡାରେ ଅମ୍ଲେଟ୍‌

0

ସମାଗ୍ରୀ
ଏକ କପ ବେସନ, କଟା ହୋଇଥିବା ପିଆଜ ୧ଟା, ଚୁନଚୁନ କଟା ଟମାଟ ୧ଟା, ଗୋଲ ଗୋଲ କଟା ଟୋମାଟ ୧ଟା, କଟା କଞ୍ଚାଲଙ୍କା, ଧନିଆ ପତ୍ର, ଲଙ୍ଗା ଗୁଣ୍ଡ, ଅଳ୍ପ ଜୁଆଣି, ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ
ପ୍ରଥମେ ଏକ ବଡ ପାତ୍ରରେ ଗୋଲ ଗୋଲ କଟାହୋଇଥିବା ଟୋମାଟ ଛଡା ଅନ୍ୟ ସମସ୍ତ ସାମଗ୍ରୀକୁ ମିଶାନ୍ତୁ । ଏହାକୁ ପାଣି ଦେଇ ଏକ ଆଣ ପ୍ରସ୍ତୁତ କରନ୍ତୁ । ଏହାକୁ ଘୋଡାଇ ୧୦ ମିନିଟ୍‌ ରଖିଦିଅନ୍ତୁ । ତାପରେ ଏହାକୁ ଗରମ ପ୍ୟାନରେ ଘିଅ ଲଗାଇ ଅମଲେଟ୍‌ ଆକାରରେ ପକାନ୍ତୁ । ଉପରେ ଗୋଲ ଗୋଲ କଟା ଟମାଟକୁ ରଖନ୍ତୁ । ଏହାପରେ ଅଳ୍ପ ତେଲ କିମ୍ବା ଘିଅ ଦେଇ ଏହାକୁ ଘୋଡାନ୍ତୁ । ୩ରୁ ୪ ମିନିଟ୍‌ ପରେ ଏହି ଘୋଡଣୀକୁ କାଢି ଦିଅନ୍ତୁ । ଏହାପରେ ଏହାକୁ ଦୁଇ ସାଇଡରୁ ଭାଜନ୍ତୁ । ଭାଜିହେବା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ବିନା ଅଣ୍ଡାରେ ଅମ୍ଲେଟ୍‌ । ଏହାକୁ ଗରମ ଗରମ ସସ୍‌ ସହ ଖାଆନ୍ତୁ, ବେଶ ସ୍ୱାଦିଷ୍ଟ ଲାଗିଥାଏ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.