ସାମଗ୍ରୀ: ଫୁଲ କୋବି, ଆଳୁ, ବିନ୍ସ, ଗ୍ରୀନ୍ ମଟର, ଗାଜର, ପନିର, ତେଲ, ଜିରା, ଗୋଟା ଧନିଆ, ଗୋଟା ଗରମ ମସଲା, କଟା ପିଆଜ, ଗୋଟା ରସୁଣ, ଅଦା, ଟମାଟୋ, କାଜୁ, ମଗଜ, ପୋସ୍ତ, କସ୍ତୁରୀ ମେଥି ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲ କୋବି, ବିନ୍ସ, ଗାଜର ଓ ଆଳୁକୁ କାଟି ଭଲ ଭାବେ ଧୋଇ ଏକ ପାତ୍ରରେ ରଖ;ୁ । ଏବେ କରେଇରେ ତେଲ ଗରମ କରି ସେଥିରେ ଫୁଲ କୋବି, ବିନ୍ସ, ଗାଜର ଓ ଆଳୁକୁ ପକାଇ ଅଳ୍ପ ଭାଜି ଦିଅ;ୁ । ଏହା ପରେ ଗ୍ରୀନ୍ ମଟର ମଧ୍ୟ ପକା;ୁ । ଏ ସବୁ ଭାଜି ହେଲା ପରେ ଏକ ପାତ୍ରକୁ କାଢି ଦିିଅ;ୁ । ପରେ କଟା ପନିରକୁ ମଧ୍ୟ ଭାଜି ଏକ ପାତ୍ରରେ କାଢି ଦିଅ;ୁ ।
କରେଇରେ ପୁଣି ତେଲ ଗରମ କରି ସେଥିରେ ଜିରା, ଗୋଟା ଧନିଆ ଓ ଗୋଟା ଗରମ ମସଲା ପକା;ୁ । ତା’ପରେ କଟା ପିଆଜ, ଗୋଟା ରସୁଣ ଓ ଅଦାକୁ ପକାଇ ଭାଜି ଦିଅ;ୁ । କିଛି ସମୟ ପରେ ସେଥିରେ କଟା ଟମାଟୋ ପକାଇ ଭଲ ଭାବେ ଭାଜି ହୋଇଯିବା ପରେ ଏହି ମସଲାକୁ ଏକ ପାତ୍ରରେ କାଢି ଦିଅ;ୁ । ଏବେ ଏହି ମସଲାରେ କାଜୁ, ମଗଜ ଓ ପୋସ୍ତ ମିଶାଇ ଗ୍ରାଇଣ୍ଡିଂ କରି ଦିଅ;ୁ । ତା’ପରେ କରେଇରେ ତେଲ ଗରମ କରି ସେଥିରେ ହଳଦି ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅ;ୁ ।
ଏହା ପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ମସଲାକୁ ପକାଇ ଅଳ୍ପ ସମୟ ପାଇଁ କଷ;ୁ । କଷିଲା ବେଳେ ଅଳ୍ପ କସ୍ତୁରୀ ମେଥି ପକାଇ ଦିଅ;ୁ । ପରେ ଭାଜି ରଖିଥିବା ପରିବାକୁ ସେଥିରେ ପକାଇ ଗୋଳାଇ ଦିଅ;ୁ । ଆବଶ୍ୟକ ଅନୁସାରେ ପାଣି ଦିଅ;ୁ । ତା’ସହିତ ସ୍ୱାଦ ଅନୁସାରେ ଲୁଣ ପକାଇ କରେଇକୁ ଢାଙ୍କି ଦିଅ;ୁ । ପରିବା ସିଝି ଗଲା ପରେ କରେଇକୁ ତଳକୁ ଓହ୍ଲାଇ ଦିଅ;ୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଭେଜ୍ କୋରମା ।

Comments are closed.