ଅପରେସନ୍‌ ରୋମିଓ ଫିଲ୍ମରେ ସଶକ୍ତ ଭୂମିକାରେ ବେଦିକା

୨୦୧୯ରେ ଆସିଥିବା ଏକ ମୁ୍ୟଜିକ ଭିଡିଓ ଲିଗVି ବେଶ୍‌ ଲୋକପ୍ରିୟ ହୋଇଥିଲା । ଇଣ୍ଟରନେଟ୍‌ରେ ଏହି ଗୀତ ଧୁମ ମଚାଇଥିଲା । ଶ୍ୱଶୁର ଘରେ ଜଣେ ନବବିବାହିତ ବଧୂଙ୍କପ୍ରଥମ ଦିନ କିପରି ବିତିଥାଏ, ତାହାକୁ ଅତି ସୁନ୍ଦରେ ଭାବେ ଏହି ଗୀତରେ ଦର୍ଶାଯାଇଛି । ଏଥିର ଯେଦି କେହି ଧ୍ୟାନ ଆକର୍ଷିତ କରିଥାନ୍ତି, ସେ ହେଉଛନ୍ତି ଅଭିନେତ୍ରୀ ବେଦିକା ପିଣ୍ଟୋ ।

ଅପରେସନ୍‌ ରୋମିଓ ଫିଲ୍ମରେ ସଶକ୍ତ ଭୂମିକାରେ ବେଦିକା

ସେ ଏହି ଗୀତରେ ଦମଦାର ଅଭିନୟ କରିଛନ୍ତି । ଏପରିକି ତାଙ୍କ ନୃତ୍ୟଶୈଳୀ ଏବଂ ଅଭିବ୍ୟକ୍ତି କରିବାର କଳା ଦର୍ଶକଙ୍କୁ ଆଶାତୀତ ଆପ୍ୟାୟିତ କରିବାରେ ସକ୍ଷମ ହୋଇଥିଲା । ସଲମାନ ଖାନଙ୍କ ଦ୍ୱାରା ପ୍ରମୋଟ କରାଯାଇଥିବା ଏହି ସଙ୍ଗୀତ ଭିଡିଓକୁ ସମସ୍ତେ ନିଶ୍ଚିତ ଭାବେ ଥରେ ନୁହେଁ ବରଂ ଦୁଇ ଦୁଇ ଥର ଦେଖିଥିବେ । ତେବେ ଏହି ଗୀତ ଜରିଆରେ ବେଦିକା ପିଣ୍ଟୋ ରାତାରାତି ଷ୍ଟାର ପାଲଟିଥିଲେ ଏବଂ ସମସ୍ତଙ୍କ ମନରେ ବେଦିକାଙ୍କ ସରଳ ଛବି ବସିଯାଇଛି ।
ଅପରେସନ୍‌ ରୋମିଓ ଫିଲ୍ମରେ ସଶକ୍ତ ଭୂମିକାରେ ବେଦିକା

ହେଲେ ନିକଟରେ ମୁକ୍ତିଲାଭ କରିଥିବା ଏକ ଫିଲ୍ମରେ ବେଦିକା ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ସିନେମା ଜଗତର ବେଦିକାଙ୍କର ପ୍ରଥମ ପଦାର୍ପଣ ଫିଲ୍ମ ଅପରେସନ୍‌ ରୋମିଓରେ ସଶକ୍ତ ଭୂମିକାରେ ଅଭିନୟ କରି ପୁଣି ଥରେ ସମସ୍ତଙ୍କ ଦୃଦୟ ଜିତିଛନ୍ତି । ଏହା ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ରୋଲ୍‌ ବୋଲି ବେଦିକା କହିଛନ୍ତି । କାରଣ ଏଥିରେ ଶରଦ କେଲକର ଏବଂ ଭୂମିକା ଚାୱଲାଙ୍କ ପରି ବରିଷ୍ଠ କଳାକାର ଅଭିନୟ କରିଛନ୍ତି । ତେବେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ବହୁତ ସଂଘର୍ଷ କରିଛନ୍ତି । ଲଗାତାର ୩ ଦିନ ବର୍ଷ ଧରି ସେ ହଜାରରୁ ଅଧିକ ଅଡିସନ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ।

ଅପରେସନ୍‌ ରୋମିଓ ଫିଲ୍ମରେ ସଶକ୍ତ ଭୂମିକାରେ ବେଦିକା

ଏହାପରେ ସଂଘର୍ଷର ଫଳ ଭାବେ ଅପରେସନ ରୋମିଓ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ହେଲେ ରିୟଲ ଲାଇଫ୍‌ରେ ଲିଗVି ପରି ସ୍ୱଭାଗ ରଖିଥିବା ବେଦିକା ଏହି ଫିଲ୍ମର ସୁଟିଂ ସମୟରେ ଖୁବ ପରିଶ୍ରମ କରିଛନ୍ତି । କାରଣ ସେ ପରଦାରେ ତାଙ୍କ ପ୍ରଥମ ଫିଲ୍ମରେ ହିଁ ନିଜକୁ ପ୍ରମାଣିତ କରିବା ପାଇଁ ଚାହିଁଛନ୍ତି । ଫିଲ୍ମ ନିର୍ମାତା ନୀରଜ ପାଣ୍ଡେଙ୍କ ଏହି ଥ୍ରୀଲର ଫିଲ୍ମ ଅପରେସନ ରୋମିଓ ସତ୍ୟ କାହାଣୀ ଉପରେ ଆଧାରିତ ହୋଇଛି । ଏହା ମଲୟାଲମ ଫିଲ୍ମ ଇସ୍କ: ନଟ୍‌ ଏ ଲଭ୍‌ ଷ୍ଟୋରୀର ହିନ୍ଦୀ ରିମେକ୍‌ । ଏଥିରେ ବେଦିକାଙ୍କ ଅପୋଜିଟ୍‌ରେ ସିଦ୍ଧାନ୍ତ ଗୁପ୍ତା ଅଭିନୟ କରିଛନ୍ତି । ଆଗାମୀ ଦିନରେ ବେଦିକାଙ୍କର ଆଉ ଏକ ନୂଆ ଫିଲ୍ମ ଆସୁଛି ।

Launching Ceremony of “AYUSHMAN BHARAT

Comments are closed.