ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ ପାଳନ କଲା ବିଶ୍ୱ ହାତଧୂଆ ଦିବସ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ବିଶ୍ୱ ହାତଧୂଆ ଦିବସ ଅବସରରେ ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ସଂପର୍କର ସଚେତନତାର ବାର୍ତା ପ୍ରସାରିତ କରିଛି । ଲୋକମାନଙ୍କୁ ଉପଯୁକ୍ତ ଭାବେ ହାତ ଧୋଇବା ଓ ସ୍ୱଚ୍ଛତା ଅଭ୍ୟାସ ପାଳନ କରିବା ଉପରେ ଗୋଷ୍ଠୀକୁ ସଚେତନ ପାଇଁ ଏକ ସପ୍ତାହ ବ୍ୟାପୀ ଅଭିଯାନ ଆୟୋଜିତ ହୋଇଥିଲା । ଝାରସୁଗୁଡ଼ାରେ ଏହି ଅଭିଯାନରେ ୨୮ ଟି ଗ୍ରାମକୁ ସାମିଲ କରାଯାଇଥିଲା ଓ ଏଥି ସହିତ ସ୍କୁଲର ପିଲା, ବୟସ୍କ ବ୍ୟକ୍ତିଙ୍କୁ ନେଇ ପ୍ରାୟ ୧୬୦୦ ଲୋକଙ୍କ ପାଖରେ ପହଁଞ୍ଚି, ଏହି ବାର୍ତା ଉପସ୍ଥାପନ କରାଯାଇଥିଲା ।

ଏହି ଅଭିଯାନର ଏକ ଅଂଶ ଭାବେ କଂପାନି ଗ୍ରାମଗୁଡ଼ିକୁ ଯାଇ ଏହାର ଭ୍ରାମ୍ୟମାଣ ହେଲ୍‌ଥ ୟୁନିଟ ସହାୟତାରେ ସାବୁନ ଓ ପାଣି ଦ୍ୱାରା ହାତ ଧୋଇବାର ୬ଟି ସୋପାନ ଉପରେ ପ୍ରଦର୍ଶନ କରିଥିଲା ।

Vedanta Aluminium observes Global Handwashing Day at  Jharsuguda

ବେଦାନ୍ତ ଆଲୁମିନିୟମର ଏହି ସ୍ୱାସ୍ଥ୍ୟ ପଦକ୍ଷେପ ସଂପର୍କରେ ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ାର ସିଇଓ ସୁନିଲ ଗୁପ୍ତା କହିଛନ୍ତି ଯେ- ବିଶ୍ୱ ହାତଧୂଆ ଦିବସ ଆମ ଅଞ୍ଚଳର ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ଅଭ୍ୟାସ ସଂପର୍କରେ ଏକ ବାର୍ତା ଦେଉଛି, ଆମେ ଆଶା କରୁ ଆମ ଅଞ୍ଚଳର ଲୋକମାନେ ଏହି ମହତ୍ୱକୁ ଉପଲବ୍ଧ କରିବେ । ଆମର ସ୍ୱାସ୍ଥ୍ୟ ଶିବିର , ମୋବାଇଲ ହେଲ୍‌ଥ ୟୁନିଟ, ଆମ୍ବୁଲାନସ ସେବା ଇତ୍ୟାଦି ମାଧ୍ୟମରେ ସୁବିଧା ସୁଯୋଗରୁ ବଞ୍ଚିତ ଲୋକମାନେ ନିଶ୍ଚିତ ସହାୟତା ପାଇ ପାରିବେ ।

ଝାରସୁଗୁଡ଼ାର ଗ୍ରାମବାସୀ ଭବାନି ବୁଡ଼ା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ- ବେଦାନ୍ତ ଆଲୁମିନିୟମ ଦ୍ୱାରା ପରିଚାଳିତ ଏହି ଅଭିଯାନ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବ ଓ ସେମାନେ ସଠିକ ଭାବେ ହାତଧୂଆ କୌଶଳ ବିଷୟରେ ଜାଣିପାରିବେ ଓ ରୋଗ ସଂପର୍କରେ ସଚେତନ ହୋଇପାରିବେ ।

ବେଦାନ୍ତ ଝାରସୁଗୁଡ଼ା ଏହାର କାର୍ଯ୍ୟ ପରିସର ନିକଟବର୍ତୀ ଗ୍ରାମଗୁଡ଼ିକରେ ମୌଳିକ ସ୍ୱାସ୍ଥ୍ୟ ସେବା ଓ ସଚେତନତା ଦିଗରେ କାର୍ଯ୍ୟ କରି ଆସୁଛି ଯଥା-

*ମୋବାଇଲ ହେଲ୍‌ଥ ୟୁନିଟ ଜରିଆରେ ୨୮ଟି ଦୂରବର୍ତୀ ଗ୍ରାମରେ ପହଁଞ୍ଚି ସ୍ୱାସ୍ଥ୍ୟ ସେବା ସଚେତନା ପ୍ରଦାନ କରୁଛି । ଯଦ୍ୱାରା ୫୫,୦୦୦ରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

*ଝାରସୁଗୁଡ଼ା ପାଖ ଅଞ୍ଚଳର ଲୋକମାନଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଛି ।

*ଏଚ୍‌ଆଇଭି/ଏଡ୍‌ସ ସହିତ ବିଭିନ୍ନ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

*ଏକ ଅତ୍ୟାଧୁନିକ ରୋଗ ପରୀକ୍ଷା ପାଇଁ ସୁବିଧାରେ ୫୦୦ରୁ ଅଧିକ ପରୀକ୍ଷା ଓ ରେଡିଓଲୋଜି, ଇସିଜି/ପିଏଫଟି/ ଟିଏମଟି ଇତ୍ୟାଦି ପରୀକ୍ଷା ସେବା ସୁବିଧା ରହିଛି ।

ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପରେ ବହୁତ ଗୁଡ଼ିଏ ପଦକ୍ଷେପ ଯଥା ଜୀବିକା ନିର୍ବାହ, ଗୁଣମାନର ଶିକ୍ଷା, ମହିଳା ସଶକ୍ତିକରଣ, ଜୈବ ବିକାଶ ଓ ଗୋଷ୍ଠୀ ଭିତିଭୂମି ନିର୍ମାଣ ପରି କାର୍ଯ୍ୟ ହାତକୁ ନିଆଯାଉଛି । ଏହା ଦ୍ୱାରା ୭୯ଟି ଗ୍ରାମର ପ୍ରାୟ ୧.୭ ଲକ୍ଷ ଲୋକ ଉପକୃତ ହେଉଛନ୍ତି । କଂପାନି ଦ୍ୱାରା ପ୍ରତିଷ୍ଠିତ ୩୦୦ଏସଏଚ୍‌ଜି ଜରିଆରେ ୪୦୦୦ ମହିଳା ନିଜକୁ ସ୍ୱାବଲମ୍ବୀ କରାଇଛନ୍ତି । ୩୨୦୦୦ରୁ ଅଧିକ ଲୋକ ବେଦାନ୍ତ ସ୍ୱାସ୍ଥ୍ୟ ସେବା ଲାଭ କରିବା ସହ ୬୪୦୦ରୁ ଅଧିକ ଛାତ୍ରମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଉଛି । ପରିବେଶର ସୁରକ୍ଷା ପାଇଁ ୧.୪୮ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍‌ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।

୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୭୫ କ୍ୟାପଟିଭ ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲଫର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍‌ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Launching Ceremony of “AYUSHMAN BHARAT

Comments are closed.