ହିନ୍ଦୁ ଧର୍ମରେ ପୂଜା ପାଠର ଅଧିକ ମହତ୍ୱ ରହିଥାଏ । ପ୍ରାୟ ସମସ୍ତଙ୍କ ଘରେ ଠାକୁରଙ୍କ ପୂଜା ହୋଇଥାଏ । ଏହାସହ ସମସ୍ତଙ୍କ ପୂଜା ଘରେ ଆପଣ ଶଙ୍ଖ ପାଇବେ । ପୌରାଣିକ କଥା ହିସାବରେ ଶଙ୍ଖ ହିନ୍ଦୁ ପୂଜାରେ ଗୁରୁତ୍ୱ ବହନ କରିଥାଏ । ସମୁଦ୍ର ମନ‘ନ ସମୟରେ ୧୪ ରତ୍ନ ଥିବା ଶଙ୍ଖ ମିଳିଥିଲା , ଯାହା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ । ଏହି ଶଙ୍ଖକୁ ଘରେ ରଖିଲେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ଜ୍ୟେତିଷ ଶାସ୍ତ୍ର ହିସାବରେ ମଧ୍ୟ କିପରି ଶଙ୍ଖର ପ୍ରୟୋଗ କରାଗଲେ ଘରେ ସୁଖ ଶାନ୍ତି ଆସିବ ତାର ବର୍ଣ୍ଣନା ରହିିଛି ।
ସୋମବାର

ସୋମବାରକୁ ଭଗବାନ ଶିବ ଓ ଚନ୍ଦ୍ର ଗ୍ରହଙ୍କ ଦିନ ବୋଲି ବିବେଚନା କରାଯାଏ । ଚନ୍ଦ୍ରଙ୍କର ଦ୍ରବ୍ୟ ଭାବେ କ୍ଷୀରକୁ ବ୍ୟବହାର କରାଯାଏ । ତେଣୁ ସୋମବାର ଶଙ୍ଖରେ କ୍ଷୀରରଖି ଶିବଙ୍କୁ ଦେଲେ ଆପଣଙ୍କୁ ଆଶୀଶ ପ୍ରାପ୍ତି ହେବ ।
ମଙ୍ଗଳବାର

ମଙ୍ଗଳବାର ମଙ୍ଗଳ ଗ୍ରହର ପ୍ରତିକ ଭାବେ ଜଣାଯାଏ । ମଙ୍ଗଳ ସାହାସ ଓ ପରାକ୍ରମର ପ୍ରତୀକଭାବେ ପରିଗଣିତ । ଏହି ଦିନ ଶଙ୍ଖ ଫୁଙ୍କି ସୁନ୍ଦରାକାଣ୍ଡ ପାଠ କର;ୁ ।
ବୁଧବାର

ବୁଧବାର ବୁଦ୍ଧିର ଦିନ । ଏହି ଦିନଟି ବୁଧ ଗ୍ରହଙ୍କର । ବୁଧବାର ଦିନ ଶଙ୍ଖ ପାଣିରେ ତୁଳସି ପକାଇ ଶାଳଗ୍ରାମଙ୍କ ଅଭିଷେକ କର;ୁ ଆପଣଙ୍କ ଦିନ ଭଲରେ କଟିବ ।
ଗୁରୁବାର

ଗୁରୁବାର ଦିନ ଶଙ୍ଖରେ କେଶରରେ ତିଳକ କରି ଭଗବାନ ବିଷ୍ଣୁଙ୍କୁ ପୂଜା କର;ୁ । ଏପରି କରିବା ଫଳରେ ଗୁରୁ ଗ୍ରହ ଶୁଭଫଳ ପ୍ରଦାନ କରିଥାଏ । ଗୁରୁ ଗ୍ରହର କୃପାରେ ଘରେ ସୁଖ ସମୃଦ୍ଧି ଆସିଥାଏ ।
ଶୁକ୍ରବାର

ଶୁକ୍ରବାର ଶୁକ୍ରଗ୍ରହର ପ୍ରତୀକ ରୂପେ ମନାଯାଇଥାଏ । ଏହାକୁ ଧନ, ଭୌତିକ ସୁଖର କାରକ ରୂପେ ଗ୍ରହଣ କରାଯାଇଥାଏ । ତେଣୁ ଶୁକ୍ରବାର ଦିନ ଶଙ୍ଖକୁ ଧଳା କପଡାରେ ରଖ;ୁ । ଏପରି କରିବା ଦ୍ୱାରା ଆପଣଙ୍କ ଶୁକ୍ର ଗ୍ରହ ବଳବାନ ହୋଇଥାଏ ।
ଶନିବାର

ଶନିବାର ଶନିଗ୍ରହଙ୍କର ଦିନ ହୋଇଥାଏ । ଏହି ଦିନ ଶନିଦେବଙ୍କୁ ଶଙ୍ଖରେ ଜଳ ଅର୍ଘ୍ୟ ଅର୍ପଣ କର;ୁ । ଶୁଭଫଳ ପ୍ରାପ୍ତ ହେବ ।
ରବିବାର

ରବିବାର ସୂର୍ଯ୍ୟଙ୍କ ପ୍ରତିକ । ତେଣୁ ରବିବାର ଶଙ୍ଖରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଆପଣଙ୍କ ଘରେ ସୁଖ ଶାନ୍ତି ସମୃଦ୍ଧି ଆସିବ ।

Comments are closed.