ହିନ୍ଦୁ କିମ୍ବା ଅନ୍ୟ ଧର୍ମର କୌଣସି ଲୋକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ଘରେ ପୂଜାଘର ନିଶ୍ଚିନ୍ତ ରହିଥାଏ । ତେବେ ସନାତନ ଧର୍ମରେ ପୂଜାଘର ସ୍ଥାପନ ନେଇ କିଛି ନିର୍ଦ୍ଦିଷ୍ଟ ବାସ୍ତୁ ରହିଛି । ବାସ୍ତୁ ଅନୁସାରେ ପୂଜା ଘର ସ୍ଥାପନ କଲେ ଘରେ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ପରିବାର ଲୋକମାନଙ୍କ ମନ ଦୃଢ଼ ହୁଏ । ହେଲେ ପୂଜା ଘର ସଠିକ୍ ସ୍ଥାନରେ ନରହିଲେ, ପୂଜାପାଠର ଶୁଭଫଳ ପ୍ରାପ୍ତ ହୋଇନଥାଏ । ଏଣୁ ବାସ୍ତୁ ଅନୁସାରେ ପୂଜାଘର ରହିବା ନିହାତି ଆବଶ୍ୟକ ।
* ବାସ୍ତୁ ହିସାବରେ ପୂଜାଘର ସର୍ବଦା ଉତ୍ତର-ପୂର୍ବ ଦିଗରେ ରହିବା ଆବଶ୍ୟକ । ଇସାନ କୋଣକୁ ଦେବ କୋଣ ବା ଦିଗ କୁହାଯାଏ । ଏଣୁ ଆପଣ ଚାହିଁଲେ ଦେବ ଦିଗରେ ମନ୍ଦିର ବା ପୂଜାଘର ମଧ୍ୟ ସ୍ଥାପନ କରିପାରିବେ ।
* ଧ୍ୟାନରେ ରଖନ୍ତୁ ଯେ, ପୂଜା ସମୟରେ ଆପଣଙ୍କ ମୁହଁ କେଉଁ ଦିଗରେ ରହୁଛି । ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗ ହେବା ଦରାକର । ଯଦି ଏହିପରି ସମ୍ଭବ ହୋଇପାରୁନି, ତା’ହେଲେ ପଶ୍ଚିମ ଆଡ଼କୁ ମୁହଁ କରି ଆପଣ ପୂଜା କରିପାରିବେ ।
* ପୂଜାଘର କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଯେ, ପାଖରେ ଶୌଚାଳୟ ବା ରୋଷେଇ ଘର ନଥିବ । ଯଦି ପୂଜା ଘର ପାଖରେ ଏହି ଦୁଇଟି ଘର ପ୍ରସ୍ତୁତ କରାଯାଏ ତେବେ କୌଣସି କାର୍ଯ୍ୟ ଅନୁକୂଳ ହୋଇପାରିନଥାଏ । ସେହିପରି ଶୟନ କକ୍ଷ ପାଖରେ ପୂଜା ଘର ରହିବା ଅଶୁଭ ଅଟେ । ଏମିତି କଲେ ପାରିବାରିକ ସମ୍ପର୍କ ଖରାପ ରହିବା ସହିତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ରହେନି ଏବଂ ପ୍ରେମ କମିଥାଏ ।
* ଭଗବାନଙ୍କ ଆରତୀ କେବଳ ଦକ୍ଷିଣ ଦିଗରେ କରିବା ଆବଶ୍ୟକ ବୋଲି ବାସ୍ତୁ କହେ । ଏହାସହିତ ଯଦି ପୂଜାଘରେ ଶିଢ଼ି କରୁଛନ୍ତି, ତେବେ ଧ୍ୟାନ ରଖନ୍ତୁ ଯେ, ମନ୍ଦିର ଯେପରି ଉଚ୍ଚାରେ ରୁହେ । ଯଦି ପୂଜାଘର ଶିଢ଼ିର ନିଚାରେ ରହିଛି, ଏହାର କୁପ୍ରଭାବରେ ଘର ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉତ୍ପନ ହୁଏ । ଏହିପରି ବାସ୍ତୁ ଦୋଷ କଲେ କରଜରେ ମଧ୍ୟ ବୁଡ଼ିବାର ସମସ୍ୟା ଦେଖାଯାଏ ।
* କେତେକ ଲୋକ ତଳେ ବସି ପୂଜା କରିବା ପାଇଁ ପୂଜାଘରକୁ ଚଟାଣ ସହିତ ସମତୁଲରେ କରିଥାନ୍ତି । ବାସ୍ତୁରେ ଏହା ଅନୁଚିତ୍ ଦର୍ଶଯାଇଛି । ପୂଜାଘର ଏହିପରି ଉଚ୍ଚାରେ ରହିବା ଦରକାର, ଯେପରି ଭଗବାନଙ୍କ ପାଦ ଆପଣଙ୍କ ଦୃଦୟ ସମତୁଲରେ ରହୁଥିବ ।
* ପୂଜାଘରେ ଯଦି ଆପଣ କିଛି ପବିତ୍ର ପୁସ୍ତକ ବା ଗ୍ରନ୍ଥ ରଖୁଛନ୍ତି ,ତେବେ ନାଲି ରଙ୍ଗର କପଡ଼ାରେ ପୁସ୍ତକ ବା ଗ୍ରନ୍ଥକୁ ଘୋଡ଼ାଇ ରଖନ୍ତୁ ।
ଯଦି କୌଣସି କାରଣରୁ ଆପଣ ପୂଜା କରିପାରୁନଥାନ୍ତି, ତେବେ ପୂଜାଘର ଆଗରେ ପର୍ଦା ଟାଣି ଘୋଡ଼ାଇ ରଖନ୍ତୁ । ଏହିପରି କଲେ ମନ ମୁକ୍ତ ରହିବା ସହିତ ସକରାତ୍ମକ ଭାବ ଜାଗ୍ରତ ହୁଏ ।
Comments are closed.