ବଜ୍ରାସନ

ପ୍ରଥମେ ଯୋଗ ମ୍ୟାଟ ପକାଇ ବସି ଯାଆନ୍ତୁ । ଏହାପରେ ଆଣ୍ଠୁ ଭାଙ୍ଗି ଗୋଡ ଦୁଇଟିକୁ ଏକାଠି କରି ଆଣ୍ଠୁ ମାଡି ବସନ୍ତୁ । ଏହି ସମୟରେ ପାଦର ଆଙ୍ଗୁଠି ଗୁଡିକ ଉପରମୁହାଁ ହୋଇ ରହିବା ଦରକାର । ଏହାପରେ ପାଦ ଉପରେ ପଛପଟ ରଖି ଭଲ ଭାବେ ନିଜ ଗୋଡ ଉପରେ ହିଁ ସମସ୍ତ ଭାର ଦେଇ ବସନ୍ତୁ । ଏହି ସମୟରେ ନିଜ ହାତକୁ ଜଙ୍ଘ ଉପରେ ରଖି ପାରିବେ । ଏଭଳି ଭାବେ ଏହି ପୋଜିସନରେ କିଛି ସମୟ ବସନ୍ତୁ । ଏହା ଏଭଳି ଏକ ଯୋଗ ଯାହାକୁ ଖାଦ୍ୟ ଖାଇବା ପରେ ମଧ୍ୟ କରିହେବ । ଏହା ଆମର ହଜମ ଶକ୍ତିକୁ ବଢାଇଥାଏ । ଯଦି ଗ୍ୟାସ୍‌ ସମସ୍ୟା ରହିଛି ତେବେ ଏହି ଯୋଗଟି ଖୁବ ଉପକାରୀ ହୋଇଥାଏ । ତେବେ ଏହାକୁ କରିବ ଆଗରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Govt

Comments are closed.