ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ

ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଯଦି ପୂଜାପାଠ ସଠିକ୍‌ ନିୟମାନୁସାରେ ନହୁଏ ,ତେବେ ସେହି ପୂଜାପାଠର ମହତ୍ୱ କିଛି ରହେ ନାହିଁ । ଠିକ୍‌ ସେହିପରି ତିଳକର ବିଶେଷ ମହତ୍ୱ ରହିଛି । ଯଦି ସକାଳୁ ସ୍ନାନ କରି ପରମାତ୍ମାଙ୍କ ନାମ ନେଇ ତିଲକ ଲଗାଇବେ, ସମ୍ପୂର୍ଣ୍ଣ ଦିନଟି ସୌମ୍ୟ ଓ ଶାନ୍ତିରେ କଟିବ । ସେହିପରି ବାର ଅନୁସାରେ, ଅଲଗା ଅଲଗା ବର୍ଣ୍ଣର ତିଲକ ରହିଛି । ଆସନ୍ତୁ ଜାଣିବା, କେଉଁ ବାରରେ କେଉଁ ବର୍ଣ୍ଣର ତିଲକ ଲଗାଇଲେ ସୁଫଳ ମିଳିଥାଏ ।

ସୋମବାର- ଭୋଳାନାଥଙ୍କ ବାର ହେଉଛି ସୋମବାର । ଏହି ଦିନର ସ୍ୱାମୀ ଚନ୍ଦ୍ର ଗ୍ରହ । ଏଣୁ ଏହି ଦିନରେ ଧଳା ବର୍ଣ୍ଣର ତିଲକ, ବିଭୂତି ବା ଭଷ୍ମର ତିଲକ ଲଗାଇବା ଉଚିତ୍‌ ।
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ଶାସ୍ତ୍ରାନୁସାରେ, ମୁଣ୍ଡରେ ଧଳା ତିଲକ କିମ୍ବା ବିଭୂତି ଲଗାଇଲେ ଭଗବାନ ଭୋଳାନାଥଙ୍କ ଅଶେଷ କୃପା ଆର୍ଜିତ ହୁଏ । ତାଙ୍କ କୃପାରୁ ଦିନଟି ମଙ୍ଗଳମୟରେ କଟିଥାଏ ।

ମଙ୍ଗଳବାର- ଏହି ବାର ହେଉଛି ପ୍ରଭୁ ହନୁମାନଙ୍କ ବାର । ଏହି ଦିନର ସ୍ୱାମୀ ହେଉଛନ୍ତି ମଙ୍ଗଳ ଗ୍ରହ ।
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ଏଣୁ ନାଲି ଚନ୍ଦନ କିମ୍ବା ଚମେଲି ତେଲ ମିଶ୍ରିତ ସିନ୍ଦୁର ଲଗାଇଲେ ସମସ୍ତ ପ୍ରକାରର ସଙ୍କଟ ଦୂର ହୁଏ । ମନବାଞ୍ଛା ପୂର୍ଣ୍ଣ ହୋଇଥାଏ ।

ବୁଧବାର-ଭଗବାନ ଗଣେଶଙ୍କ ବାର ହେଉଛି ଏହି ଦିନ । ସକାଳୁ ସକାଳୁ ତେଲ ମିଶାଯାଇ ନଥିବା ଶୁଖିଲା ସିନ୍ଦୁର ଏହି ଦିନରେ ଲଗାଯାଏ ।
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ଏହିପରି କଲେ ଜାତକରେ ଥିବା ବିଭିନ୍ନ ଦୋଷ କଟି ଭଗବାନଙ୍କ କୃପା ମଣ୍ଡିତ ହୁଏ । ବୌଦ୍ଧିକ ବିକାଶ ବୃଦ୍ଧି ପାଏ ।

ଗୁରୁବାର- ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି । ଏହିଦିର ସ୍ୱାମୀ ହେଉଛ;ି ବୃହସ୍ପତି ଗ୍ରହ । ଧଳା ଚନ୍ଦନକୁ ପଥରରେ ଘଷି ସେଥିରେ କେଶର ମିଶାଇ ତିଲକ କରାଯାଏ ।
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ଏହିପରି କଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ ।

ଶୁକ୍ରବାର-ମାଆ ଲକ୍ଷ୍ମୀଙ୍କ ବାର ହେଉଛି ଶୁକ୍ରବାର । ଏହି ଦିନର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ । ନାଲି ଚନ୍ଦନର ତିଲକ ଏହି ଦିନ ମଥାରେ ଲଗାଇବା ଉଚିତ୍‌ ।
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ଏହିପରି କଲେ ମାନସିକ ସମସ୍ୟା ଦୂର ହୁଏ । ଏହି ଦିନ ସିନ୍ଦୁର ତିଲକ ମଧ୍ୟ କରାଯାଏ । ଏଥିରୁ ମାଆ ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ ।

ଶନିବାର- ଏହି ଦିନଟି ଭୈରବ, ଶନି ଦେବ, ଜମରାଜଙ୍କ ସମର୍ପିତ । ଶନି ଦେବ ଏହି ଦିନର ସ୍ୱାମୀ । ଏହି ଦିନରେ ବିଭୂତି, ଭଷ୍ମ କିମ୍ବା ନାଲି ଚନ୍ଦନ ଲଗାଇବା ଆବଶ୍ୟକ ।
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ଏହି ବର୍ଣ୍ଣର ତିଲକ ମସ୍ତକରେ ଧାରଣ କଲେ ଭୈରବ ମହାରାଜ ପ୍ରସନ୍ନ ହୋଇଥାନ୍ତି । ଜୀବନରେ ଥିବା ସବୁ ସମସ୍ୟାର ଧୀରେ ଧୀରେ ନିବାରଣ ହୋଇଥାଏ ।

ରବିବାର- ସୂର୍ଯ୍ୟ ଦେବଙ୍କ ଦିନ ହେଉଛି ରବିବାର । ଏହି ଦିନର ସ୍ୱାମୀ ସୂର୍ଯ୍ୟ ଗ୍ରହ । ନାଲି ଚନ୍ଦନ କିମ୍ବା ରୋଲି(ନାଲି ହଳଦୀ) ତିଲକ ମଥାରେ ଧାରଣ କଲେ ଏହି ଦିନରେ ସୁଫଳ ମିଳେ ।
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ଏହି ତିଲକ ଲଗାଇଲେ ମନରେ ସାହସ ଜାତ ହେବା ସହିତ ସବୁ କର୍ଯ୍ୟରେ ସକ୍ରିୟ ମନୋଭାବ ଉତ୍ପନ ହୁଏ ।

Govt

Comments are closed.