ସର୍ବଦା ତ୍ୱଚ୍ଚାପାଇଁ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରଦ ହୋଇଥାଏା ଏହା ସହ ଏହି ଘରୋଇ ଉପଚାର ଯଦି ନିଜ ବାଡି ବଗିଚାରେ ଥିବା ଗଛ ପତ୍ରରୁ ହୁଏ ତାହାହେଲେ ଆହୁରି ହିତ କାରକା ସମସସ୍ତଙ୍କ ବାଡିରେ ପୋଦିନା ଗଛ ରହିଥାଏା ପୁଦିନା ପତ୍ରର ଅନେକ ଔଶଧୀୟ ଗୁଣ ରହିଥିବାରୁ ଏହାକୁ ସମସ୍ତ ଖାଦ୍ୟରେ ବ୍ୟବହାର କରନ୍ତିା ଏହାସହ ଏହାର ସ୍ୱାଦ ପାଇଁ ମଧ୍ୟ ସମସ୍ତେ ଏହାକୁ ବ୍ୟବହାର କରନ୍ତିା ତେବେ ଆସନ୍ତୁ ଜାଣିବା ପୋଦିନାର ତ୍ୱଚ୍ଚାପାଇଁ ଉପକାର
୧. ମୁହଁରେ ଦେଖାଯାଉଥିବା ବ୍ଲାକ୍ହେଡ ଦୂର କରିବା ପାଇଁ ପୋଦିନା ବେଶ୍ ଉପକାରୀା କିଛି ପୋଦିନା ପତ୍ରକୁ ଅଳ୍ପ ପାଣିରେ ଫୁଟାନ୍ତୁା ଏହାପରେ ପତ୍ରକୁ ଛାଣି ଭଲଭାବେ ବାଟି ଦିଅନ୍ତୁା ଏଥିରେ ସ୍ୱଳ୍ପ ପରିମାଣର ହଳଦୀ ମିଶାଇ ମୁହଁରେ ଲଗାନ୍ତୁା ବ୍ଲାକହେଡ୍ ହୋଇଥିବା ସ୍ଥାନରେ ଅଳ୍ପ ସମୟ ପାଇଁ ରଗଡନ୍ତୁା ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁା
୨. ପୋଦିନା ପତ୍ରକୁ ବାଟି ଆପଣ ଫେସ୍ ପ୍ୟାକ ଭାବେ ମଧ୍ୟ ଲଗାଇପାରିବୋ ଏଥିରେ ଭରପୂର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ ତ‰ ରହିଛି ଯାହା ବ୍ରଣ କଳାଦାଗ ପାଇଁ ବହୁତ ଭଲା
୩. ସେହିଭଳି ଆଣ୍ଟି ରିଙ୍କଲ ଭାବେ ପୋଦିନା ବେଶ ଭଲ କାମ କରିଥାଏା ପୋଦିନାକୁ ଫୁଟାଇ ଛାଣି ଦିଅନ୍ତୁା ଏହାର ସିଝା ପାଣିକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁା ତାପରେ ଧୋଇଦିଅନ୍ତୁା ଏପରି ଭାବେ ସପ୍ତାହକୁ ୨ରୁ ୩ଥର କରନ୍ତୁା ଏହା ରିଙ୍କଲ ଦୂର କରିଥାଏା
୪. ସ୍କ୍ରିନ ଆଲର୍ଜି କିମ୍ବା ବ୍ୟାକ୍ଟେରିଆ ଇନ୍ଫକେସନ୍ ପାଇଁ ପୋଦିନା ଔଷଧ ଭଳି କାମ କରିଥାଏା ପୋଦିନା ପତ୍ର ବଟାକୁ ମୁହଁରେ କିଛି ସମୟ ପାଇଁ ଲଗାନ୍ତୁା ଆଲର୍ଜିରୁ ମୁକ୍ତି ମିଳିବା
୫. କେଶ ପାଇଁ ମଧ୍ୟ ପୋଦିନା ପତ୍ର ବେଶ ଉପକାରୀା ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ଘନ ହେବା ସହ ଝଡିବା ବନ୍ଦ ହୋଇଥାଏା ଏହାକୁ ବାଟି ପ୍ୟାକ୍ କରି କେଶରେ ଲଗାନ୍ତୁା
