ଜଣେ ବ୍ୟକ୍ତି ଡାକ୍ତରଖାନାଗଲେ ତାର ବିଭିନ୍ନ ପ୍ରକାରର ବିଲ୍ ଆସିଥାଏ । ଏଥିରେ ବିଭିନ୍ନ ଟେଷ୍ଟ, ଔଷଧ, ଡାକ୍ତରଙ୍କ ଫିସ୍ ଆଦି ସାମିଲଥାଏ । ହେଲେ ସୋସିଆଲ ମିଡିଆରେ ଏକ ଅଜବ ବିଲ୍ ଭାଇରାଲ ହେବାରେ ଲାଗିଛି । ଏହି ବିଲ୍ରେ ଡାକ୍ତରଖାନାର ଅନ୍ୟ ସମସ୍ତ ଖର୍ଚ୍ଚ ସହିତ ଆଉ ଏକ ଅଜବ ଖର୍ଚ୍ଚ ସାମିଲ ଅଛି ।

ଆମେରିକାର କାମିଲେ ଜନସନ୍ ନାମକ ମହିଳା ନିଜ ଭଉଣୀଙ୍କର ହସ୍ପିଟାଲ ବିଲ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
My little sister has been really struggling with a health condition lately and finally got to see a doctor. They charged her $40 for crying. pic.twitter.com/fbvOWDzBQM
— Camille Johnson (@OffbeatLook) May 17, 2022
ଯେଉଁଥିରେ ତାଙ୍କୁ ଅଧିକା ୩ହଜାର ଦେବାକୁ ପଡିଛି । ଏହି ତିନିହଜାର ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଭଉଣୀ ଡାକ୍ତରଙ୍କ ଆଗରେ କାନ୍ଦିଥିବାରୁ ନେଇଛନ୍ତି । ବିଲ୍ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଷ୍ଟଟି ବର୍ତ୍ତମାନ ବହୂଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Comments are closed.