‘ଦ ଲିଜେଣ୍ଡ’ରେ ଉର୍ବଶୀ

ବଲିଉଡ୍‌ର ସୁନ୍ଦରୀ ନାୟିକା ଉର୍ବଶୀ ରୌତଲା ସର୍ବଦା ନିଜର ଗ୍ଲାମରସ୍‌ ଲୁକ୍‌ ଓ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଉ ବର୍ତ୍ତମାନ ଅଭିନେତ୍ରୀ ଉର୍ବଶୀ ତାଙ୍କ ତାମିଲ ଫିଲ୍ମକୁ ନେଇ ଉଭୟ ବଲିଉଡ୍‌ ଏବଂ ଟଲିଉଡ୍‌ର ଲାଇମଲାଇଟ୍‌ରେ ଅଛନ୍ତି । ଅଭିନେତ୍ରୀ ଫିଲ୍ମ ‘ଦ ଲିଜେଣ୍ଡ’ ଜରିଆରେ ଟଲିଉଡ୍‌ରେ ଡେବୁ୍ୟ କରିବା ପାଇଁ ପୁରାପୁରି ଭାବେ ପ୍ରସ୍ତୁତ ଅଛନ୍ତି । ନିକଟରେ ଉବର୍ଶୀ ତାଙ୍କ ଟଲିଉଡ୍‌ ପ୍ରଦାର୍ପଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

 ‘ଦ ଲିଜେଣ୍ଡ’ରେ ଉର୍ବଶୀ

ସେ କହିଛନ୍ତି, ‘ଫିଲ୍ମଟିରେ ରୋମାନ୍ସ, ହସମଜା ଏବଂ ଆକ୍ସନରେ ଭରପୂର ରହିଛି । ଫିଲ୍ମରେ ଥିବା ଟ୍ୱିଷ୍ଟ ସମସ୍ତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ’ । ଏହାସହ ଅଭିନେତ୍ରୀ ହେବାର ସ୍ୱପ୍ନ ତାଙ୍କର ଅଖିଳ ଭାରତୀୟ ରିଲିଜ୍‌ ଫିଲ୍ମର ଟ୍ରେଲର ଲଞ୍ଚ୍‌ ସହ ସାକାର ହୋଇଛି ବୋଲି କହିଛନ୍ତି । ଉର୍ବଶୀ ଏହି ଫିଲ୍ମରେ ଜଣେ ମାଇକ୍ରୋବାୟୋଲଜିଷ୍ଟ ଏବଂ ଆଇଆଇଟିଆନର ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ ।

 ‘ଦ ଲିଜେଣ୍ଡ’ରେ ଉର୍ବଶୀ

ଅନ୍ୟପକ୍ଷରେ ଉର୍ବଶୀଙ୍କ ସାଉଥ୍‌ ଡେବୁ୍ୟକୁ ନେଇ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି । ଅଭିନେତ୍ରୀ ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ପୋଷ୍ଟର ଜାରି କରିଥିଲେ । ସେପଟେ ଉର୍ବଶୀଙ୍କ ଅନ୍ୟ ପ୍ରୋଜେକଫ କଥା କହିବାକୁ ଗଲେ ସେ ବର୍ତ୍ତମାନ ତାଙ୍କ ହଲିଉଡ୍‌ ଏଣ୍ଟ୍ରି ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ହଲିଉଡ୍‌ ଫିଲ୍ମରେ ତାଙ୍କ ସହ ମିଶେଲ୍‌ ମୋରୋନ୍‌ ନଜର ଆସିବେ । ଏହା ସହ ଜିୟୋ ଷ୍ଟୁଡିଓର ଇନ୍ସପେକଫର ଅବିନାଶରେ ରଣଦୀପ ହୁzାଙ୍କ ମଧ୍ୟ ସ୍କ୍ରିନ ସେୟାର କରିବେ ।

 ‘ଦ ଲିଜେଣ୍ଡ’ରେ ଉର୍ବଶୀ

ଉର୍ବଶୀ ରୌତଲା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାନ୍ତି ଏବଂ ତାଙ୍କ ଫଟୋ ସୋସିଆଲ ମିଡିଆକୁ ଆସିବା ମାତ୍ରେ ହିଁ ଭାଇରାଲ ହୋଇଯାଏ, ଯାହାକୁ ପ୍ରଶଂସକମାନେ ମଧ୍ୟ ପସନ୍ଦ କରନ୍ତି । ଉର୍ବଶୀଙ୍କ ଫ୍ୟାନ ଫୋଲଅର୍ସଙ୍କ ସଂଖ୍ୟା ଅନ୍ୟ ଷ୍ଟାରଙ୍କ ଅପେକ୍ଷା ଢେର ଅଧିକ ରହିଛି ।

Comments are closed.