ଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ୱିକେଟ୍କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନାମ ଯୋଡି ହୋଇଛି । ନିକଟରେ ଏକ ଇଣ୍ଟରଭୁ୍ୟରେ ଉର୍ବଶୀ ରିଷଭଙ୍କ ସହ ଏକ ସାକ୍ଷାତ ଘଟଣାକୁ ସେୟାର କରିଥିଲେ । ରିଷଭଙ୍କ ଆଡକୁ ଇସାରା କରି ଉର୍ବଶୀ କହିଥିଲେ ଆର୍ପି ତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ଏପରିକି ସେ ତାଙ୍କୁ ୧୭ଥର ମିସ୍କଲ ଦେଇଥିଲେ ।
ଉର୍ବଶୀ ବାରଣାସୀରୁ ଦିଲ୍ଲୀ ସୁଟିଂ ପାଇଁ ଆସିଥିଲେ, ସେତେବେଳେ ଆର୍ପି ତାଙ୍କୁ ଭେଟିବା ପାଇଁ ଯାଇଥିଲେ । ସେ ଲମ୍ବା ସମୟ ଧରି ଅପେକ୍ଷା ମଧ୍ୟ କରିଥିଲେ କି;ୁ ଉର୍ବଶୀ ଶୋଇ ଯାଇଥିଲେ । ପରେ ଜାଣିବାକୁ ପାଇଥିଲେ ଯେ, ଆର୍ପି ତାଙ୍କୁ ୧୭ଥର ମିସ୍କଲ କରିଛନ୍ତି । ଉର୍ବଶୀ ତାଙ୍କୁ କହିଥିଲେ ମୁମ୍ବାଇ ଆସିଲେ ଭେଟ ହେବ । ଏହାପରେ ଉଭୟଙ୍କ ଭେଟ ହୋଇଥିଲେ । ସେତେବେଳକୁ ମିଡ଼ିଆରେ ଏସବୁ ବିଷୟ ଚର୍ଚ୍ଚା ହୋଇଥିଲା ।
ଉର୍ବଶୀଙ୍କ ଏ ବୟାନ ପରେ ପନ୍ତ ରାଗିଯାଇଛନ୍ତି । ସେ ନିଜ ଇନ୍ଷ୍ଟାରେ ଏକ ମେସେଜ ଲେଖିଛନ୍ତି । କିଛି ଲୋକ ଇଣ୍ଟରଭୁ୍ୟରେ ମଜା ପାଇଁ ମିଛ କହିଦିଅନ୍ତି । ଯେପରି ଅଲଗା ଅଲଗା ହେଡଲାଇନ୍ସ ମିଳିପାରିବ । ସେମାନେ ଚର୍ଚ୍ଚାରେ ରହିପାରିବେ । ଦୁଃଖ ଲାଗେ ଲୋକ ଚର୍ଚ୍ଚା ପାଇଁ ଏତେ ଭୋକିଲା କେମିତି ।
ରିଷଭ ପନ୍ତ କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ମୋ ପିଛା ଛାଡି ଦିଅ ଭଉଣୀ । ମିଛର ବି ସୀମା ଥାଏ । ୨୦୧୯ରେ ପନ୍ତ ଓ ଉର୍ବଶୀଙ୍କୁ ଜୁର୍ ଏକ ହୋଟେଲରେ ଲେଟ୍ନାଇଟ୍ ଡିନର ଡେଟ୍ରେ ଦେଖାଦେଇଥିଲା । ଏହା ପରେ ଉଭୟଙ୍କ ସମ୍ପର୍କରେ ନେଇ ଚର୍ଚ୍ଚା ଯୋର ଧରିଥିଲା । କି;ୁ ପରେ ଖବର ଆସିଲା ଯେ, ଉର୍ବଶୀ ଓ ରିଷବଙ୍କ ରାସ୍ତା ଅଲଗା ହୋଇଯାଇଛି । ପନ୍ତ ଉର୍ବଶୀଙ୍କୁ ହ୍ୱାଟ୍ସଅପ୍ରେ ବନ୍ଦ କରିଦେଇଛନ୍ତି । ଅଧୁନା ପନ୍ତ ଇଣ୍ଟେରିୟର ଡିଜାଇନର ଇଶା ନେଗୀଙ୍କ ସମ୍ପର୍କରେ ଅଛନ୍ତି ।
Comments are closed.