ମର୍ଡନ ରିଲେସନସିପ୍‌ କାହାଣୀ ନେଇ ଆସିବ ‘ଗେହରାଇୟାଁ’

ବଲିଉଡ୍‌ ଷ୍ଟାର୍‌ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦି ଖୁବଶୀଘ୍ର ଏକତ୍ର ଫିଲ୍ମ ‘ଗେହରାଇୟାଁ’ରେ ନଜର ଆସିବାକୁ ଯାଉଛନ୍ତି । ଯାହାର ପ୍ରମୋସନ ଏବେ ଜୋରଦାର ଚାଲିଛି । ନିକଟରେ ରିଲିଜ୍‌ ହୋଇଥିବା ଟ୍ରେଲରକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଶକୁନ ବତ୍ରାଙ୍କ ନିର୍ଦ୍ଦେଶିତ ଏହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ । ‘ଗେହରାଇୟାଁ’ ଫିଲ୍ମଟି ମର୍ଡନ ରିଲେସନସିପ୍‌ ଉପରେ ଆଧାରିତ ହୋଇଛି ।

ମର୍ଡନ ରିଲେସନସିପ୍‌ କାହାଣୀ ନେଇ ଆସିବ ‘ଗେହରାଇୟାଁ’
ଫିଲ୍ମଟି ୧୧ ଫେବୃଆରୀରେ ବଡ଼ ପରଦାରେ ରିଲିଜ୍‌ ହେବ । ଏହି ଫିଲ୍ମ ଏବଂ ତାଙ୍କ କ୍ୟାରିଅର ସମ୍ପର୍କରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏକ ଇଣ୍ଟରଭୁ୍ୟରେ ଆଲୋଚନା କରିଛନ୍ତି । ଶକୁନ ବତ୍ରା ତାଙ୍କ ଡ୍ରିମ୍‌ ଡାଇରେକଫର ଏବଂ ସେ ସବୁବେଳେ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଏହି ଫିଲ୍ମର କାହାଣୀ ଶୁଣିବା ମାତ୍ରେ ହିଁ ତାଙ୍କୁ ପସନ୍ଦ ଆସିଥିଲା । କାରଣ ଏହାର ସମସ୍ତ ଚରିତ୍ର ଏକଦମ ବାସ୍ତବିକ ଏବଂ ଅନେକ ସମ୍ପର୍କକୁ ନେଇ କାହାଣୀଟି ଆଗକୁ ବଢ଼ିଛି ।
ମର୍ଡନ ରିଲେସନସିପ୍‌ କାହାଣୀ ନେଇ ଆସିବ ‘ଗେହରାଇୟାଁ’
ଆଗକୁ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଫିଲ୍ମଟି ତାଙ୍କ ପାଇଁ ଖାସ୍‌ । କାରଣ କଳକାରା ଭାବେ ସେ ଦୀପିକା ପାଦୁକୋନଙ୍କୁ ଫଲୋ କରିଥାନ୍ତି । ଏଥିସହ ତାଙ୍କ ପାଇଁ ଦୀପିକା ସର୍ବଦା ରୋଲ୍‌ ମଡେଲ୍‌ ଭାବେ ରହିବେ । ତେଣୁ ଫିଲ୍ମ ଜରିଆରେ ସେ ଅତିନିକଟରୁ ଦୀପିକାଙ୍କୁ ଜାଣିବାର ସୁଯୋଗ ମିଳିଛି ବୋଲି ଅନନ୍ୟା କହିଛନ୍ତି ।
ସେପଟେ ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌-୨ରୁ ନିଜ ବଲିଉଡ୍‌ କ୍ୟାରିଅର ଆରମ୍ଭ କରିଥିବା ଅନନ୍ୟା ପ୍ରଥମ ଥର ପାଇଁ ଏକ ଭିନ୍ନ କାହାଣୀରେ ନଜର ଆସିବାକୁ ଯାଉଛନ୍ତି । ଦୀପିକାଙ୍କ ପରି ଦମଦାର ଅଭିନେତ୍ରୀଙ୍କ ସହ ସ୍କ୍ରିନ ସେୟାର ତାଙ୍କ କ୍ୟାରିଅରକୁ ଏକ ନୂଆ ସ୍ତରରେ ପହଞ୍ଚାଇଛି ।

ମର୍ଡନ ରିଲେସନସିପ୍‌ କାହାଣୀ ନେଇ ଆସିବ ‘ଗେହରାଇୟାଁ’
ଏଥିରେ ତାଙ୍କର ଅଭିନୟ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ପ୍ରୟାସ କରିଛନ୍ତି, କାରଣ ସ୍କ୍ରିନରେ ଦର୍ଶକଙ୍କ ନଜର ଦୀପିକାଙ୍କ ଉପରେ ହିଁ ରହିବ । ଏହାପୂର୍ବରୁ ଇଶାନ ଖଟ୍ଟରଙ୍କ ସହ ଖାଲ୍ଲି ପିଲ୍ଲି ଏବଂ କାର୍ତ୍ତିକ ଆୟର୍ନଙ୍କ ସହ ପତି ପତ୍ନୀ ଅର୍‌ ୱରେ ନଜର ଆସିଥିଲେ । ଏହି ଦୁଇଟି ଫିଲ୍ମ ଆଶାନୁରୂପ ଭାବେ ସଫଳ ହୋଇପାରିନଥିଲା । ତେଣୁ ‘ଗେହରାଇୟାଁ’ ଫିଲ୍ମ ଉପରେ ଅନନ୍ୟା ଭରସା କରିଛନ୍ତି । ଆଗକୁ ସେ ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ସହ ଲାଇଗର ଫିଲ୍ମରେ ନଜର ଆସିବେ ।

Launching Ceremony of “AYUSHMAN BHARAT

Comments are closed.