ୟୁପିରେ ପୁଣି ରାଜ୍‌ କରିବେ ଯୋଗୀ

ୟୁପି: ମାର୍ଚ୍ଚ ୧୧: ଉତ୍ତରପ୍ରଦେଶ ନିର୍ବାଚନର ଫଳ ବାହାରିବା ପରେ ପୁଣି ଘୋଷଣା ହୋଇଛି ଯୋଗୀ ରାଜ୍। ଦୀର୍ଘ ୩୭ ବର୍ଷ ପରେ ୟୁପିରେ କ୍ରମାଗତ ଦ୍ୱିତୀୟ ଥର ଶାସନ ଗାଦିକୁ ଫେରିଥିବା ଏକମାତ୍ର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଯୋଗୀ । ସରକାର ବିରୋଧୀ ପବନକୁ ସଫଳତାର ସହ ମୁକାବିଲା କରି ବିଜୟବାନା ଉଡାଇଛି ବିଜେପି । ୨୦୧୭ ତୁଳନାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଥିଲେ ବି ବିଜୟଠାରୁ ବହୁ ଦୂରରେ ରହି ଯାଇଛି ସପା। ଅନ୍ୟପକ୍ଷରେ, ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଲକ୍ଷେରୁ ଅଧିକ ଭୋଟ୍ରେ ଜିତିଛନ୍ତି। ୫ଥର ସାଂସଦ ରହିଥିବା ଯୋଗୀ ଆଦିତ୍ୟ ନାଥ ୨୦୧୭ ମସିହାରେ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ। ବିଧାନ ପରିଷଦ ସଦସ୍ୟ ହେବାପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଚଳିତଥର ବିଧାନସଭା ନିର୍ବାଚନରେ ୪୦୩ ଆସନ ବିଶିଷ୍ଟ ଦେଶରବଡ଼ ରାଜ୍ୟ ୟୁପିରେ ବିଜେପିର ବିଜୟ ସହ ଏକାକି ୨୫୫ ସିଟରେ ବିଜୟୀ ହୋଇଛି। ୧୧୧ଟି ଆସନ ସମାଜବାଦୀ ପାର୍ଟିକୁ ଏବଂ ରାଷ୍ଟ୍ରୀୟ ଲୋକଦଳକୁ ୮ଟି ଆସନ, ଆପ୍ନା ଦଳ ୧୨ଟି ସିଟ୍ ହାତେଇ ନେଇଛି। ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିବା ବେଳେ ବିଏସ୍ପି ଖାତାକୁ ମାତ୍ର ଗୋଟିଏ ଆସନ ଯାଇଛି।

Govt

Comments are closed.