ଲକ୍ଷ୍ନୌ: ଫେବୃଆରୀ ୧୦: ଉତ୍ତରପ୍ରଦେଶରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଏଥିପାଇଁ ରାଜ୍ୟ ପ୍ରଶାସନ ପୂର୍ବରୁ ହିଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରିଛି । ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା । ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ କ୍ରମେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ପ୍ରଥମ ପର୍ଯ୍ୟାୟରେ କିଛି ମନ୍ତ୍ରୀଙ୍କର ଭାଗ୍ୟ ର୍ନିଦ୍ଧାରଣ ହେବ । ଏହି ମନ୍ତ୍ରୀମାନେ ହେଉଛନ୍ତି ଶ୍ରୀକାନ୍ତ ଶର୍ମା, ସୁରେଶ ରଣା, ସନ୍ଦୀପ ସିଂହ, କପିଳ ଦେବ ଅଗ୍ରୱାଲ୍, ଅତୁଲ ଗାର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣ ।
ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟ୍ ଗ୍ରହଣ ହୋଇଛି । ଏହି ଅଞ୍ଚଳରୁ କୃଷକମାନେ ବ୍ୟାପକ ଭାବେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀ ନିର୍ବାଚନୀ ଦୌଡ଼ରେ ଅଛନ୍ତି । ଏହି ପର୍ଯ୍ୟାୟରେ ୨.୨୭ କୋଟି ଭୋଟର ଭୋଟ୍ ଦେବାପାଇଁ ଯୋଗ୍ୟ । ଉଲ୍ଲେଖଯୋଗ୍ୟ ୨୦୧୭ରେ ବିଜେପି ଏହି ୫୮ ଆସନରୁ ୫୩ଟିରେ ଜିତିଥିଲା । ସମାଜବାଦୀ ପାର୍ଟି ଏବଂ ବିଏସ୍ପି ୨ଟି ଲେଖାଏଁ ଆସନରେ ଜିତିଥିଲେ ଏବଂ ରାଷ୍ଟ୍ରୀୟ ଲୋକ ଦଳ ଗୋଟିଏ ଆସନ ହାସଲ କରିଥିଲା ।

Comments are closed.