ଆଖି ବୁଜୁ ବୁଜୁ କହିଲେ ଉନ୍ନାଓ ପିଡ଼ିତା ‘ମୁଁ ମରିବାକୁ ଚାହୁଁନି’

ସମୟ ଲାଇଭ୍‍,୭/୧୨: ଉନ୍ନାଓ ଗଣଦୁଷ୍କର୍ମ ପିଡ଼ିତା ସଫଦରଜଙ୍ଗ ହସପିଟାଲରେ ଆଖି ବୁଜିଛନ୍ତି। ଏନେଇ ହସପିଟାଲ୍‍ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ସୂଚନା ଥାଉ କି, ଏୟାରଲିଫ୍ଟରେ ପିଡ଼ିତାଙ୍କୁ ଲକ୍ଷ୍ନୌରୁ ଦିଲ୍ଲୀ ନିଆଯାଇଥିଲା। ତେବେ ମୃତ୍ରୁ ପୂର୍ବରୁ ସେ ଗୋଟିଏ କଥା କହୁଥିଲେ ‘ ଭାଇ ମୁଁ ମରିବାକୁ ଚାହୁଁନି ମୋତେ ବଞ୍ଚାଇଦିଅ।’
ସେହିପରି ଘଟଣା ଦିନ ଅଭିଯୁକ୍ତମାନେ ପିଡ଼ିତାଙ୍କ ଦେହରେ ନିଆଁ ଲଗେଇଦେଇଥିଲେ ମଧ୍ୟ ସାହସ ହାରି ନଥିଲେ। ପ୍ରାୟ ଏକ କିଲୋମିଟର ଦୌଡ଼ିଦୌଡ଼ି ଯିବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଶରୀରର ୯୦ ପ୍ରତିଶତ ଜଳିଯାଇଥିଲେ ମଧ୍ୟ ବଞ୍ôଚବାକୁ ଆଶା ରଖିଥିଲେ ଯୁବତୀ। ତେବେ ଜୀବନ ଯୁଦ୍ଧରେ ହାରିଯିବା ପରେ ସାରା ଦେଶରେ ଶୋକ ଓ କ୍ଷୋଭର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

Launching Ceremony of “AYUSHMAN BHARAT

Comments are closed.