ଭାରତର କେନ୍ଦ୍ରୀୟ ବଜେଟ ସମ୍ବିଧାନର ଧାରା ୧୧୨ ଅନୁଯାୟୀ ଭାରତର ବାର୍ଷିକ ବଜେଟ ଅଟେ । ଭାରତ ସରକାର ଏହାକୁ ଫେବୃୟାରୀ ମାସର ପ୍ରଥମ ଦିନରେ ପ୍ରସ୍ତାବିତ କରିଥାନ୍ତି, ଯାହାଦ୍ୱାରା ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ଏହାକୁ ଲାଗୁ କରିବାକୁ ଯଥେଷ୍ଟ ସମୟ ମିଳିପାରିବ । ୨୦୧୬ ପର୍ଯ୍ୟନ୍ତ ଏହା ଫେବୃୟାରୀ ମାସର ଅନ୍ତିମ ତାରିଖରେ ଦେଶର ଅର୍ଥମନ୍ତ୍ରୀଙ୍କଦ୍ୱାରା ପ୍ରକାଶ କରାଯାଉଥିଲା । ଅର୍ଥମନ୍ତ୍ରୀଙ୍କଦ୍ୱାରା ଏହି ପ୍ରସ୍ତାବିତ ବଜେଟ ସଂସଦର ଉଭୟ କକ୍ଷରେ ଅନୁମୋଦନ ମିଳିଲା ପରେ ନୂତନ ଭାରତୀୟ ଆର୍ଥିକ ବର୍ଷ, ୧ ଏପ୍ରିଲଠାରୁ ବିଧିବଦ୍ଧ ଭାବରେ ଲାଗୁ କରାଯାଇଥାଏ ।
୧୯୫୮-୫୯ରେ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ପ୍ରଥମେ ବଜେଟ ଉପସ୍ଥାପନା କରିଥିଲେ । ସେହି ସମୟରେ ଅର୍ଥମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ଅଧିନରେ ରହୁଥିଲା ।
ନେହରୁଙ୍କ ପରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ସେ ବଜେଟ ଉପସ୍ଥାପନା କରିଥିଲେ ।
ତେବେ ଇନ୍ଦିରା ଗାନ୍ଧୀ ପରେ ଦେଶରେ ପ୍ରଥମ ମହିଳା ଭାବେ ସୀତାରମଣ ବଜେଟ ଉପସ୍ଥାପନା କରିଥିଲେ । ଏହାସହିତ ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଥିଲେ ।
୨୦୧୬ରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧିନରେ ସାଧାରଣ ବଜେଟ ସମ୍ବନ୍ଧରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା । ପୃଥକ ଭାବରେ ଉପସ୍ଥାପିତ ହୋଉଥିବା ରେଳ ବଜେଟ ରଦ୍ଦ ହୋଇ ସାଧାରଣ ବଜେଟ ସହିତ ମିଶ୍ରଣ ହେଲା ଏବଂ ଦୀର୍ଘ ଦିନର ପରମ୍ପରା ଶେଷ ହୋଇଥିଲା ।
ଦେଶରେ ସର୍ବାଧିକ ୧୦ଥର ବଜେଟ ଉପସ୍ଥାପନ କରି ମୋରାରଜୀ ଦେଶାଇ ରେକର୍ଡ କରିଛନ୍ତି ।
ଅର୍ଥମନ୍ତ୍ରୀ ଥିବା ସମୟରେ ସେ ୬ ଥର ଏବଂ ଉପଅର୍ଥ ମନ୍ତ୍ରୀ ଥିବା ସମୟରେ ସେ ୪ ଥର ବଜେଟ ଉପସ୍ଥାପନ କରିଛନ୍ତି । ଥରେ ତାଙ୍କ ଜନ୍ମଦିନ ଅବସରରେ ସେ ବଜଟେ ଉପସ୍ଥାପନ କରିଥିଲେ ।

Comments are closed.