ହଳଦୀକୁଣ୍ଡ ଗ୍ରାମରେ ଅଚିହ୍ନା ରୋଗର ଆତଙ୍କ, ୬ମୃତ ଓ ୯ ଜଣ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡ ଗ୍ରାମରେ ସରକାରୀ ଭାବେ ୬ ଜଣଙ୍କର ମୃତ୍ୟୁ ଅଚିହ୍ନା ରୋଗରେ ହୋଇଥିବା ବେଳେ ବର୍ତ୍ତମାନ ୯ ଜଣ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଗ୍ରାମରୁ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହଳଦୀକୁଣ୍ଡ ଏକ ଆଦିବାସୀ ଗାଁ । ଉକ୍ତ ଗ୍ରାମରେ କେତେକ ଲୋକଙ୍କୁ ଜ୍ୱର ଏବା ସହ ଗୋଡ ଫୁଲିଲା ପରେ ମୃତ୍ୟୁ ଘଟୁଛି । ପ୍ରଥମେ ସାଧାରଣ ଜ୍ୱର ହେଉଛି, ପରେ ତାହା ବଢ଼ୁଛି । ଶେଷରେ ଗୋଡ଼ ଫୁଲି ମୃତୁ୍ୟ ହେଉଛି । ଆଦିବାସୀମାନେ ପାରମ୍ପରିକ ଭାବେ ଭୂତ ପ୍ରେତକୁ ବିଶ୍ୱାସ କରି ଝାଡଫୁଙ୍କ ଏବଂ ଗୁଣି ଗାରେଡ଼ିର ଆଶ୍ର ନେଉଛନ୍ତି । କିନ୍ତୁ ମୃତୁ୍ୟ ସଂଖ୍ୟା ବଢ଼ିବା ପରେ ମାଥିଲି ହସ୍‌ପିଟାଲର ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦଳ ସେଠାକୁ ଯାଇ ରୋଗୀମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରିଯାଇଛି । ଗ୍ରାମବାସୀଙ୍କୁ ବୁଝାସୁଝା ପରେ ବର୍ତ୍ତମାନ ୯ ଜଣ ରୋଗୀଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ନରସିଂହ ମାଡକାମୀ (୧୭),ଅର୍ଜୁନପ ମାଡକାମୀ (୧୫),ମାନସ ମାଡକାମୀ (୫୦),କଷା ମାଡକାମୀ (୫୦),ପିଶା ମାଡକାମୀ (୬୦),ବୁସୁକି ମାଡକାମୀ (୫୦),ୟୁରେ ମାଡକାମୀ (୪୦)ମଙ୍ଗଳା ମାଡକାମୀ (୩୦),ଗୋପୀ ନାଥ ମାଡକାମୀ (୬୦) । ତେବେ ଆଜି ପର୍ଯ୍ୟନ୍ତ କାହିଁକି ଉକ୍ତ ଗ୍ରାମର ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି ସ୍ପଷ୍ଟ ହୋଇ ନଥିବା ବେଳେ ଏହା ମଦ୍ୟପାନ ଯୋଗୁଁ ଏପରି ହୋଇଥିବା ଡାକ୍ତରମାନେ ଅନୁମାନ କରୁଛନ୍ତି ।

Govt

Comments are closed.