ଲଖୀମପୁର ଖେରି ଘଟଣା: କୋର୍ଟର ସମନ ପରେ ମଧ୍ୟ ହାଜର ହେଲେନି କେନ୍ଦ୍ରମନ୍ତ୍ରୀଙ୍କ ପୁଅ
ଲଖୀମପୁର: ଅକ୍ଟୋବର ୦୮: ଲଖୀମପୁର ଖେରି ହିଂସାକାଣ୍ଡରେ ଚାଷୀ ସଙ୍ଗଠନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ମୁଖ୍ୟ ଅଭିଯୁକ୍ତ କହିଛି । ତେବେ ଏନେଇ ସୁପ୍ରିମକୋର୍ଟ ତାଙ୍କ ଘରକୁ ଏକ ସମନ କରିଥିଲା । ଦିନ ୧୦ଟା ସୁଦ୍ଧା ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦିଆଯାଇଥିଲା । ଏହାପରେ ମଧ୍ୟ ସେ କୋର୍ଟରେ ହାଜର ହୋଇନାହାନ୍ତି । ଖବର ଅନୁସାରେ, ସେ କୁଆଡ଼େ ଫେରାର ଅଛନ୍ତି । ତାଙ୍କ ଲୋକେସନ୍ ନେପାଳ କାଠମାଣ୍ଡୁରେ ମିଳିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷେ, ଲଖୀମପୁର ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଶାଣି ହେବାକୁ ଅଛି । ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜି ୟୁପି ସରକାର ଲଖୀମପୁର ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ ମଧ୍ୟ କରିବେ । ଏନେଇ ଗତକାଲି କୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମଗାଇଥିଲା । ଏହି ରିପୋର୍ଟରେ ମୃତକଙ୍କ ସଂପର୍କରେ ତଥ୍ୟ, ଏତଲା ସଂପର୍କରେ ସୂଚନା ସହିତ କାହା କାହା ନାମରେ ମାମଲାରେ ଦାଏର କରାଯାଇଛି ଓ କାହାକୁ ଗିରଫ କରାଯାଇଛି, ତାହାର ସବିଶେଷ ବିବରଣୀ ରହିଛି । ତେବେ ଏ ସଂପର୍କରେ ଷ୍ଟାଟସ ରିପୋର୍ଟ ଦିନକ ଭିତରେ ଦେବାକୁ ସୁପ୍ରିମକୋର୍ଟ କହିଛି । ଗତକାଲି ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ୟୁପି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
Comments are closed.