ଟିକେଟ କିଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ : ବାରବାଟୀ କ୍ରିକେଟ ମ୍ୟାଚର ମଜା ନେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ସମ୍ବଲପୁରରେ ଓଡ଼ିଶା କ୍ରିକେଟ ଆସୋସିଏସନର ସଦସ୍ୟମାନେ ଭେଟିଛନ୍ତି । କ୍ରିକେଟ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର।

ସୂଚନାନୁସାରେ,ଆସନ୍ତା ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ । ଖେଳ ଦେଖିବାକୁ ବଡ଼ ବଡ଼ ରାଜନେତା ଏହି ମ୍ୟାଚ୍‌ ପାଇଁ ଟିକେଟ୍‌ କିଣୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରବାଟୀ ମ୍ୟାଚ୍‌ ପାଇଁ ଟିକେଟ କିଣିଛନ୍ତି।

Launching Ceremony of “AYUSHMAN BHARAT

Comments are closed.