୧୯୫୮ ମସିହା ସମୟର କଥା । ବଜେଟ୍ ଉପସ୍ଥାପିତ ହେବାର ଠିକ୍ ପୂର୍ବରୁ ଦେଶର ତତ୍କାଳୀନ ଅର୍ଥମନ୍ତ୍ରୀ ଟି.ଟି କୃଷ୍ଣମାଚରୀ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଦୁର୍ନୀତି ମାମଲାରେ ଅନୁସନ୍ଧାନ ରିପୋର୍ଟ ଦାଖଲ ହେବା ପରେ ତାଙ୍କୁ ଫେବୃଆରୀ ୧୯୫୮ରେ ତାଙ୍କ ପଦ ଛାଡିବାକୁ ପଡିଲା ।
ଏଭଳି ପରିସ୍ଥିତିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୯୫୮-୫୯ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ ।
ବଜେଟ୍ ଭାଷଣ ଆରମ୍ଭ କରି ନେହେରୁ କହିଥିଲେ, ପରମ୍ପରା ଅନୁଯାୟୀ ଆସନ୍ତା ବର୍ଷ ପାଇଁ ବଜେଟ୍ ଆଜି ଉପସ୍ଥାପିତ ହେବ । ଅପ୍ରତ୍ୟାଶିତ ତଥା ବିବ୍ରତ ବିକାଶ ହେତୁ ଅର୍ଥମନ୍ତ୍ରୀ ଆଜି ଏଠାରେ ନାହାଁନ୍ତି, ଯିଏ ସାଧାରଣ ପରିସ୍ଥିତିରେ ଏହି ବଜେଟ୍ ଭାଷଣ ପଢ଼ିଥାନ୍ତେ । ଶେଷ ମୁହୂର୍ତ୍ତରେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ନେଇଛି ।
୧୯୫୮ ରେ ବଜେଟ୍ ଉପସ୍ଥାପନ କରିବାବେଳେ ନେହେରୁ ୧୯୫୭ ମସିହାରେ କୃଷ୍ଣମାଚାରୀଙ୍କ ଦ୍ୱାରା ଲାଗୁ ହୋଇଥିବା ଟିକସରେ କୌଣସି ବିଶେଷ ପରିବର୍ତ୍ତନ କରିନଥିଲେ , ତେବେ ଟିକସରେ ହେଉଥିବ ଦୁର୍ନିତିକୁ ରୋକିବା ପାଇଁ ‘ଗିଫ୍ଟ ଟ୍ୟାକ୍ସ’ନାମକ ଏକ ନୂତନ କର ଘୋଷଣା କରାଯାଇଥିଲା । ଟିକସ ପ୍ରସ୍ତାବ ଘୋଷଣା କରି ନେହେରୁ କହିଥିଲେ- କେବଳ ଇଷ୍ଟେଟ୍ ଡୁ୍ୟଟି ନୁହେଁ, ଆୟକର, ଧନ ଟ୍ୟାକ୍ସ ଏବଂ ବ୍ୟୟ ଟ୍ୟାକ୍ସରୁ ମଧ୍ୟ ଦୂରେଇ ରହିବା ଏକ ସାଧାରଣ ଉପାୟ ହୋଇପାରିଛି ।
ଏହାକୁ ରୋକିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଗିଫ୍ଟ ଟ୍ୟାକ୍ସ । ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆ ପରି ଦେଶରେ ଏହି ପ୍ରକାର ଟିକସ ଚାଲୁଛି ।
ଏହି ତଥ୍ୟଗୁଡିକ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ଗିଫ୍ଟ ଟ୍ୟାକ୍ସର ବ୍ୟବସ୍ଥା ଅନୁଯାୟୀ, ପତ୍ନୀଙ୍କୁ ଦିଆଯାଇଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପହାର ଉପରେ ଏହି ଟ୍ୟାକ୍ସ ଲାଗିବ ନାହିଁ । ଅବଶ୍ୟ, ଅକ୍ଟୋବର ୧୯୯୮ ରେ, ଗିଫ୍ଟ ଟ୍ୟାକ୍ସ ରଦ୍ଦ ହେଲା ଏବଂ ସମସ୍ତ ପ୍ରକାରର ଉପହାର ସଂପୂର୍ଣ୍ଣ ଟିକସମୁକ୍ତ ହୋଇଥିଲା । ୨୦୦୪ ରେ ଏହି ଟ୍ୟାକ୍ସ ପୁଣି ଲାଗୁ ହୋଇଥିଲା ।

Comments are closed.