ଆସନ୍ତା କାଲି ଫ୍ଲୋର୍‌ ଟେଷ୍ଟରେ ଉଦ୍ଧବଙ୍କ ଭାଗ୍ୟ ପରୀକ୍ଷା

ଆଶଙ୍କା ଭିତରେ ଉଦ୍ଧବ ସରକାର । ନୂଆ ସରକାର ଗଠନ କରିବେ ଫଡ୍ନାଭିସ୍‌ ! ଏପରି କିଛି ଅନିଶ୍ଚିତତାକୁ ନେଇ ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ । କାରଣ ଆସନ୍ତାକାଲି ହୋଇପାରେ ଫ୍ଲୋର୍‌ ଟେଷ୍ଟ୍‌ । ଉଦ୍ଧବ ସରକାର କାଲି ସଂଖ୍ୟା ଗରିଷ୍ଠତାର ପ୍ରାମଣ ଦେଇପାରନ୍ତି । ଏନେଇ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହାସହ ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଅପରାହ@ ୫ଟା ସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‌ ସାରିବାକୁ ନିର୍ଦ୍ଦେଶ ରହିଛି । ଉଦ୍ଧବଙ୍କ ସପକ୍ଷରେ କେତେ ଜଣ ବହୁମତ ସାବ୍ୟସ୍ତ କରୁଛନ୍ତି ସେନେଇ ଆସନ୍ତାକାଲି ସ୍ପଷ୍ଟ ହେବ । ଏପଟେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ସମର୍ଥନରେ ଥିବା ୩୯ ଜଣ ବିଧାୟକ ମହାରାଷ୍ଟ୍ର ଆସି ପହଞ୍ଚିଛନ୍ତି । ସେପଟେ କାଲି ହେବାକୁ ଥିବା ଫ୍ଲୋର୍‌ ଟେଷ୍ଟର ଭିଡିଓଗ୍ରାଫି ମଧ୍ୟ ହେବ । ଗତକାଲି ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଫ୍ଲୋର୍‌ ଟେଷ୍ଟ୍‌ ପାଇଁ ଦାବି ଜଣାଇଥିଲେ । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଫ୍ଲୋର୍‌ ଟେଷ୍ଟ୍‌ ପାଇଁ ନିର୍ଦ୍ଦେଶ ଦେବାକୁ ଫଡନାଭିସ୍‌ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ।

Govt

Comments are closed.